MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମ୍ବାଦିକଙ୍କ ମାତା ସ୍ବର୍ଗତ ଉଷାରାଣୀ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘର ସଭାପତି ଦିପକ ପ୍ରଧାନଙ୍କ ମାତା ଉଷାରାଣୀ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ନିଜ ବାସଭବନ ନନପଡା ଉଷାଭବନ ରେ ଦିନ ୧ ସମୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାମମନ୍ଦିର ଓ ଜଗନ୍ନାଥ ମନ୍ଦିର ସମେତ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ଯୋଗଦେଇଥିଲେ । ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ଟ ମାଲ୍ୟାର୍ପଣ କରିଥିଲେ ପୁଅ ଦିପକ ପ୍ରଧାନ ପିଣ୍ଡଦାନ କରିଥିଲେ। ସ୍ବର୍ଗତ ଉଷାରାଣୀ ପ୍ରଧାନ ଇଂଜିନିୟର ଶ୍ରୀଯୁକ୍ତ ଅପର୍ତ୍ତି ପ୍ରଧାନ ଙ୍କ ସହଧର୍ମିଣୀ ଅଟନ୍ତି ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀଯୁକ୍ତ ପ୍ରଧାନ ଙ୍କ ସହ ଭେଟି ସମବେଦନା ଜଣାଇଥିଲେ।ସ୍ୱର୍ଗତ ଉଷାରାଣୀ ପ୍ରଧାନ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମିଷ୍ଟଭାଷୀ ମହିଳା ଭାବରେ ବେଶ ପରିଚିତ ଥିଲେ।ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସ୍ୱର୍ଗତ ଉଷାରାଣୀ ପ୍ରଧାନଙ୍କ ଉଦେଶ୍ୟରେ ନିଜର ବାସଭବନ ଠାରେ ଭଜନ କୀର୍ତ୍ତନ ନାମସଂକିର୍ତ୍ତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।