January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀକୁ ହ୍ରାସ

ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀକୁ ହ୍ରାସ, ଶୀତର ପ୍ରକୋପ ବୃଦ୍ଧି ସହିତ ପର୍ଯ୍ୟଟକଙ୍କ ଗସ୍ତ ବୃଦ୍ଧି ପାଇଛି ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ କିଛିଦିନ ହେଲା ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇ ଆଜି ୭.୫ ଡିଗ୍ରୀ ସେଲସିୟସ ହୋଇଛି । ଗତ ୧୨ ତାରିଖ ଦିନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ୧୩ ତାରିଖ ଦିନ ଏହା ୧୧ ଡିଗ୍ରୀ ସେଲସିୟସ ଓ ୧୪ତାରିଖ ଦିନ ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇ ଆଜି ୭.୫ ଡିଗ୍ରୀ ସେଲସିୟସ ହୋଇଛି ।

୪ ଦିନରେ ତାପମାତ୍ରା କ୍ରମାଗତ ଭାବେ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇ ଶୀତର ପ୍ରକୋପ ବୃଦ୍ଧି ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।ଶୀତରୁ ରକ୍ଷା କରିବା ପାଇଁ ସାହାରାଞ୍ଚଳରେ ଗରମ ପୋଷାକ ଦିନସାରା ପିନ୍ଧି ରହୁଥିଲା ବେଳେ ଗ୍ରାମାଞ୍ଚଳ ନିଆଁ ଜଳାଇ ବସିରୁହୁଥିବ ଦେଖିବାକୁ ମିଳିଛି । ହେଲେ ଦାରିଙ୍ଗବାଡ଼ିକୁ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭୋଜିଭାତ,ନାଚ ଗୀତକରି ଭିଡ଼ ଜମାଇ ଖୁସି ମାନାଉଥିବ ଦେଖିବାକୁ ମିଳୁଛି ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।