MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ

ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ: ପାଟ୍ରୋଲିଂ ବେଳେ ୪ ବସ୍ତା ଗଞ୍ଜେଇ ଜବତ କଲା ପୋଲିସ


ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି। ପ୍ରକାଶ ଯେ, ଉକ୍ତ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ୪ଟି ପ୍ଲାଷ୍ଟିକ୍‌ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କୌଣସି ସ୍ଥାନକୁ ବିକ୍ରି ପାଇଁ ପଠାଯିବାକୁ କେହି ଦୁର୍ବୃତ୍ତ ରଖିଥିବା ପୋଲିସକୁ ଖବର ପହଞ୍ଚିଥିଲା। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା, ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ହୋମଗାର୍ଡ ସୁରେଶ ମଳିକ, ଜିତେନ୍ଦ୍ର ରାଜଗୁରୁ ସଦଳବଳ ଉକ୍ତ ଜଙ୍ଗଲରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି। ଏତେ ସଂଖ୍ୟା ଓ ଲକ୍ଷାଧିକ ତାଙ୍କର ଗଞ୍ଜେଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ପାଇଁ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଷରୁ ଅମଳ କରି ଏକାଠି ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିବା ସହ ଉକ୍ତ ଅଞ୍ଚଳରେ ଏହା ଚାଷ ହେଉଛି ନା ଅନ୍ୟ କେଉଁ ଜଙ୍ଗଲରୁ ଅମଳ ପରେ ଆଣି ଏଠି ରଖାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏନେଇ ଥାନାରେ କେଶ ନଂ.୧୧୮/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।