ଆମେରିକାରେ ବଡ ଧରଣର ଅଗ୍ନିକାଣ୍ଡ, ହଲିଉଡ ସିଟିରେ ଲାଗିଛି ନିଆଁ। ମଙ୍ଗଳବାରରୁ ଜଳୁଛି ଲସ୍ ଆଞ୍ଜେଲସ। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲିବୁ ଏବଂ ସାନ୍ତା ମୋନିକା ମଧ୍ୟରେ ସମୁଦ୍ର କୂଳ ଅଞ୍ଚଳରେ ଲାଗିଥିବା ଏହି ଅଗ୍ନିକାଣ୍ଡ ସମଗ୍ର ଲସ୍ ଆଞ୍ଜେଲସକୁ ତୁରନ୍ତ କାବୁ କରିନେଇଥିଲା ଅଗ୍ନିକାଣ୍ଡରେ ୧୫,୮୦୦ ଏକରରୁ ଅଧିକ ଜମି ଜଳି ଯାଇଛି। ଅଗ୍ନିକାଣ୍ଡରେ ଅତି କମରେ ୧୫୦୦ କୋଠା ନଷ୍ଟ ହୋଇଯାଇଛି । ଲସ୍ ଆଞ୍ଜେଲସ୍ କାଉଣ୍ଟି ପାଲିସାଡେସ୍ ଅଗ୍ନିକାଣ୍ଡକୁ ଆଜି ପର୍ୟ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କହିଛି। ସ୍କୁଲ ଓ କଲେଜ କୁ ବନ୍ଦ କରି ଦିଆଯାଇଛି । ଲୋକଙ୍କୁ ଉଦ୍ଧାର କରାଯାଉଛି।
ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି ପ୍ରଶାନ୍ତ ମହାସାଗରରୁ ଆସିଥିବା ଟର୍ନେଡୋ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ପ୍ରବଳ ପବନ ବହିବା ହେତୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।