ମୋଟିଭି ଓଡିଶା : ଆଜି ଓଡ଼ିଶାର ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଏହି ପର୍ୟ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛୁଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ ହୋଇଛି।
ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୧୧ ଟା ସୁଦ୍ଧା ଓଡ଼ିଶାରେ ୨୨.୬୪ % ମତଦାନ ହୋଇଛି। ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୨୭.୬୬ ପ୍ରତିଶତ ହୋଇଥିବା ବେଳେ ଭଦ୍ରକ ୨୧.୫୦ ପ୍ରତିଶତ, ଜଗତସିଂହପୁର ୨୩.୦୧ପ୍ରତିଶତ, ଯାଜପୁର ୧୭.୧୦ ପ୍ରତିଶତ, କେନ୍ଦ୍ରାପଡା ୨୪.୦୩ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୨୨.୨୫ ପ୍ରତିଶତ ଭୋଟିଂ ହୋଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।