କେବେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଅନାଇ ବସିଛନ୍ତି ହିତାଧିକାରୀ । ଡିସେମ୍ବର ୨୪ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବାର ଥିଲା କିନ୍ତୁ ଭେରିଫିକେସନ ସରିନଥିବାରୁ ତାରିଖ ଘୁଞ୍ଚାଇଦିଆଯାଇଛି । ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦେବାକୁ ଟାର୍ଗେଟ ରଖାଯାଇଛି। ଯଦି ଏହା ନ ସରେ ତେବେ ଜାନୁଆରୀରେ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେହିଭଳି ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସେ ୧୨ ହଜାର ବଣ୍ଡା ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ୯ ହଜାର ବଣ୍ଡା ମହିଳା ଟଙ୍କା ପାଇଛନ୍ତି। ୩ ହଜାର ଟଙ୍କା ପାଇ ନାହାନ୍ତି। ଏହି ସମସ୍ୟାର ସମାଧାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ସେ କହିଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।