MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଫିସରଙ୍କ ଗାଡ଼ି ଭଡ଼ା ବଢ଼ାଇଲେ ସରକାର


ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ ।

ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର, ସିସିଏଫ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫଏସ୍ ଅଫିସର, କମିଶନର ପାହ୍ୟାର ଆଇଏଏସ୍ ଅଫିସରମାନେ(ଚକବନ୍ଦୀ କମିଶନର, ବନ୍ଦୋବସ୍ତ କମିଶନର, ଭୂସଂସ୍କାର କମିଶନର ଆଦି ପଦବୀ ନୁହେଁ) ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ମାସକୁ ସର୍ବାଧିକ ୩୦୦କିମି ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି ।

ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ । ବାସଭବନରୁ ଅଫିସ୍ ଯିବାଆସିବା, ଅଫିସ କାର୍ଯ୍ୟରେ ଭୁବନେଶ୍ୱରରୁ କଟକ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ଭୁବନେଶ୍ୱରୁ କଟକ ଅବା କଟକରୁ ଭୁବନେଶ୍ୱରରେ ଅଫିସ୍ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ ଭାବେ ଅଫିସରମାନେ(ସିଙ୍ଗଲ ଗାଡ଼ି ଉପଯୋଗ ପାଇଁ ଯୋଗ୍ୟ ଅଫିସର) ବ୍ୟବହାର କରିବେ ତା’ହେଲେ ସେମାନଙ୍କଠୁ ସମାନ ଭାବରେ ଭଡ଼ା ଭାଗଭାଗ କରି ଆଦାୟ କରାଯାଇପାରିବ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।