MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି, ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ମୋ ଟିଭି ଓଡିଶା / ପୁରୀ : ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା। ଏପରିକି, ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲାଯାଇଛି। ହେଲେ ଏ ପ୍ରସଙ୍ଗ ହେଉ ବା ଶ୍ରୀମନ୍ଦିରର ଅନ୍ୟ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଇନାହାନ୍ତି। ଶ୍ରୀମନ୍ଦିରର କୌଣସି କ୍ଷେତ୍ରରେ ମୋତେ ପଚାରୁ ନାହାନ୍ତି କିମ୍ବା ପରାମର୍ଶ ନେଉନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ଶୁକ୍ରବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଏହି ସାକ୍ଷାତ ବେଳେ ହିନ୍ଦୁ ରାଷ୍ଟ୍ର, ସନାତନ ଧର୍ମ, ମାତୃ ଶକ୍ତିର ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜଗତ୍‌‌ଗୁରୁ ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାର କୌଣସି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ମୋର ପରାମର୍ଶ ନେଉନାହାନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ସରକାର ସମସ୍ତେ ମୋଠାରୁ ଦୂରତା ଅବଲମ୍ବନ କରୁଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଉନାହାନ୍ତି ସରକାର। ରତ୍ନଭଣ୍ଡାର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ମୋତେ ଅବଗତ କରାଯାଉନାହିଁ।

ସବୁ ସହିବେ ଗର୍ବ ସହିବେ ନାହିଁ, ଆଗକୁ ବଡ଼ ବିପଦ ଆସୁଛି ବୋଲି ବଡ଼ଠାକୁର ସଙ୍କେତ ଦେଇଥିବା କହିଛନ୍ତି ଶଙ୍କରଚାର୍ଯ୍ୟ।

ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା, ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଉଦ୍‌‌ବେଗ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ହିନ୍ଦୁ ଅସୁରକ୍ଷିତ ହେଲେ କୌଣସି ତନ୍ତ୍ର ରକ୍ଷା ପାଇବ ନାହିଁ। ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ ନ ହେଲେ ମୁସଲମାନଙ୍କ ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ସେମାନେ ସତର୍କ ହୋଇଯିବା ଦରକାର। ଏହା ପଛରେ ଚୀନ୍‌ର ଷଡ଼ଯନ୍ତ୍ର ରହିଛି। ଯଦି ବାଂଲାଦେଶ ଚୀନ୍‌ କୂଟନୀତିର ଶିକାର ହୋଇଥାଏ, ତେବେ ହିନ୍ଦୁଙ୍କ କ୍ଷତି କମ୍‌‌ ହେବ କିନ୍ତୁ ମୁସଲମାନଙ୍କ ଅସ୍ତିତ୍ୱ ରହିବ ନାହିଁ। ସେମାନେ ଜାଣିବା ଦରକାର ହିନ୍ଦୁ ସୁରକ୍ଷିତ ରହିଲେ ମୁସଲମାନ ସୁରକ୍ଷିତ ରହିବେ। ହିନ୍ଦୁମାନଙ୍କୁ ଯେଉଁ ଦେଶ ବି ଶତ୍ରୁ ମନେ କରିବ ତା’ର ଅସ୍ତିତ୍ୱ ରହିବ ନାହିଁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।