February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଦଳିଲେ ଓଡ଼ିଶାର ରାଜ୍ୟପାଳ

ବଦଳିଲେ ଓଡ଼ିଶାର ରାଜ୍ୟପାଳ । ନିଯୁକ୍ତି ପାଇଲେ ନୂଆ ରାଜ୍ୟପାଳ। ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ଭାବେ ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ୨୦୨୧ରୁ ସେ ଥିଲେ ମିଜୋରାମ୍ ରାଜ୍ୟପାଳ। ରଘୁବର ଦାସଙ୍କ ଇସ୍ତଫା ପରେ ତାଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁନିଯୁକ୍ତି ମିଳିଥିଲା। ୨୦୨୩ ଅକ୍ଟୋବର ୩୧ରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ରଘୁବର ଦାସ।

ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିବାବୁ କମ୍ଭମପତି ଦକ୍ଷିଣ ରାଜ୍ୟରେ ଜଣେ ଟାଣୁଆ ରାଜନେତା। ୨୦୧୪ରେ ବିଶାଖାପାଟଣା ଲୋକସଭାରୁ ସାଂସଦ ଥିଲେ। ବିଜେପି ଟିକେଟରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ରେ ବିଶାଖାପାଟଣା-୧ରୁ ଆସନରୁ ବିଧାୟକ ଥିଲେ ହରିବାବୁ କମ୍ଭମପତି। ୨୦୧୪-୨୦୧୮ ଯାଏଁ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାପତି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନରେ ବି-ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଥିଲେ ହରିବାବୁ କମ୍ଭମପତି। ୨୪ ବର୍ଷ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ। ଛାତ୍ର ନେତା ଭାବରେ ୧୯୭୨ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଜରୁରିକାଳୀନ ସ୍ଥିତି ବେଳେ ଗିରଫ ହୋଇ ୬ ମାସ ଯାଇଥିଲେ ଜେଲ୍। ୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ। ୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି। ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ। ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି। ୨୦୧୪ରୁ ୨୦୧୯ ଯାଏ ସାସଂଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସେ ସଦସ୍ୟ ରହିଥିଲେ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।