ଦାରିଙ୍ଗବାଡି,ମୋ ଟିଭି ଓଡିଶା:(ସୁଶାନ୍ତ କୁମାର ସାହୁ)
ବିପଦ ଜନକ ଭାବରେ ଯାତାୟାତ କରୁଅଛି ଯାନବାହାନ।ସୂଚନା ଯୋଗ୍ୟ ଯେ କଳିଙ୍ଗା ଘାଟି ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲ୍ଲା ସଂଯୋଗ କରୁଅଛି। ଏହି ଘାଟି ଦେଇ ଦିନ କୁ ପ୍ରାୟ ଶହ ଶହ ଗାଡି ଯିବା ଆସିବା କରନ୍ତି। କନ୍ଧମାଳ ଜିଲ୍ଲା ରୁ ଭୁବନେଶ୍ୱର, ବ୍ରହ୍ମପୁର, ଭଞ୍ଜନଗର ଆଦି ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ବେଳେ ବାହାର ଜିଲ୍ଲା ରୁ ରାୟଗଡ଼ା, ରାୟପୁର, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନକୁ ବହୁ ଯାତ୍ରୀ ବାହୀ ବସ ଯିବା ଆସିବା କରନ୍ତି ଏବଂ ବହୁ ମାଲ ବୋଝେଇ ଟ୍ରକ ଯିବା ଆସିବା କରନ୍ତି। ଦୀର୍ଘ ୧୦ କିମି ରାସ୍ତା କଳିଙ୍ଗା ଘାଟି ରହିଅଛି। କିନ୍ତୁ ଘାଟିର ଅନ୍ଧାର କୋଟି ଠାରେ ପ୍ରାୟ ଦେଢ଼ ବର୍ଷ ହେବ କାମ ଚାଲିଅଛି।
ରାସ୍ତା କାମ ଚାଲିଥିବା ବେଳେ ଏତେ ବଡ ଗାର୍ଡୱାଲ କାର୍ଯ୍ୟ କିପରି ଭୁଷୁଡି ପଡ଼ିଲା ତାହା ଆଶ୍ଚର୍ୟ୍ଯ ଲାଗୁଛି। ଭବିଷ୍ୟତ ରେ ଯଦି କୌଣସି ପ୍ରକାରେ ଏମିତି ଗାର୍ଡ ୱାଲ ଭୁଷୁଡି ଯାଏ ତେବେ ତେବେ ସେହି ସମୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ କିମ୍ବା ଟ୍ରକ ର ଅବସ୍ଥା କଣ ହେବ ତାହା ଚିନ୍ତା ଜନକ ପରିସ୍ଥିତି ରହିଅଛି। ଏଣୁ ରାଜ୍ୟ ସରକାର କିମ୍ବା ପ୍ରଶାସନ ଏହି କାମ ପ୍ରତି ସମ୍ପୂର୍ଣ୍ଣ ତୀକ୍ଷ୍ଣ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଅଛି,କିନ୍ତୁ ବର୍ତ୍ତମାନ ସେହି କାର୍ଯ୍ୟ କରୁଥିବା କମ୍ପାନୀ ନିଜେ ସଜାଡ଼ିବା ରେ ଲାଗିପଡିଛି, ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ମତବ୍ୟକ୍ତ ପ୍ରକାଶ ପାଇଛି।
More Stories
୪ ଖେଳାଳିଙ୍କୁ ମିଳିବ ଖେଳରତ୍ନ ।
ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ