ମୋଟିଭି ଓଡିଶା : କଳାହାଣ୍ଡି;୨୦/୦୫ : କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ମାଝୀପଡାର ଜଣେ ଯୁବକ ଧନସିଂ କେତକୀ (୪୨)ଙ୍କ ଝୁଲନ୍ତା ଶବ ନିକଟସ୍ଥ ଚାଷଜମି ରୁ ପଳାସ ଗଛରେ ଠାବ ହୋଇଛି। ସେ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆଉ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିବା ବେଳେ ସୋମବାର ଅପରାହ୍ନରେ ଯୁବକଙ୍କ ଝୁଲନ୍ତା ଶବ ନିକଟସ୍ଥ ଚାଷଜମିର ଏକ ପଳାସ ଗଛରେ ଥିବା କିଛି ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ନିକଟରୁ ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଯୁବକ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ରହିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଉଷା ହରିଜନ ସୂଚନା ଦେଇଛନ୍ତି। ମୃତ ଯୁବକଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ରହିଥିବା ଜଣାପଡିଛି।
ଯୁବକ ର ଝୁଲନ୍ତା ଶବ ଜବତ , କାରଣ ଅସ୍ପଷ୍ଟ, କୋକସରା ପୋଲିସ ର ତଦନ୍ତ ଜାରି।

More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।