February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମହାନଗର ନିଗମ ଗ୍ରନ୍ଥାଳୟ ସହ ୨ଟି ଶୀତଳ ଭଣ୍ଡାର

ସୁନ୍ଦରଗଡ଼ (ମୋ ଟିଭି ଓଡିଶା / ଦେବେନ୍ଦ୍ର କୁମାର ଭିତ୍ରିଆ)

ରାଉରକେଲା, ୩୧ ଅଗଷ୍ଟ ୨୦୨୪ : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରଏମସି ତରଫରୁ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ଥାନୀୟ ମଧୁସୂଦନ ମାର୍ଗ ନିକଟରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଆରଏମସି କର୍ମଚାରୀ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଏଥି ସହ ରାଉରକେଲାବାସୀଙ୍କ ସେବାରେ ନିୟୋଜିତ ବିଭିନ୍ନ ଗାଡ଼ି ଗୁଡ଼ିକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଇଥିଲା।

ଶନିବାର ରାଜ୍ୟସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ସମାରୋହ ଅବସରରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ୩୦ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ତଥା ଶିଳାନ୍ୟାସ କରିଥିଲେ। ଏହି କ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଉରକେଲାରେ ମହାନଗର ନିଗମ ଗ୍ରନ୍ଥାଳୟ ଏବଂ ପାନପୋଷ ଓ ଫର୍ଟିଲାଇଜରରେ ୨ଟି ଶୀତଳ ଭଣ୍ଡାରର ଲୋକାର୍ପଣ କରିଥିଲେ।

ଏହି ଅବସରରେ ଆରଏମସି ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଆରୋଗ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଆରଏମସି କର୍ମଚାରୀଙ୍କ ସମେତ ସଫେଇ କର୍ମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା।

ସ୍ଵାୟତ୍ତ ଶାସନ ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ସୁଭାଷ ବୋଷ ପାର୍କରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ଏକକ ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ। ଆଶା କର୍ମୀ ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନେ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଡ଼େଙ୍ଗୁ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ। ଏଥିସହ ସଫେଇ କର୍ମଚାରୀମାନଙ୍କ ଦ୍ଵାରା ମଧ୍ୟ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା।

ସ୍ଵାୟତ୍ତ ଶାସନ ଦିବସ ଅବ୍ୟବହିତ ଅବ୍ୟବହିତ ପୂର୍ବରୁ ମହାନଗର ନିଗମର କର୍ମଚାରୀ ମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ୍, ଚେସ୍, ଲୁଡୁ, ରଶି ଟଣା, କବାଡ଼ି, ରଙ୍ଗୋଲି, ଗୁପଚୁପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ, ସହକାରୀ ଆୟୁକ୍ତ ଶ୍ରୀଯୁକ୍ତ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମଞ୍ଚ ସଂଚାଳନ ଶ୍ରୀଯୁକ୍ତ ସୁଦୀପ୍ତ ଦାସ କରିଥିବା ବେଳେ ଆରଏମସିର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।