ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ତଳ ଗୁଣ୍ଠୁଣୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ୱାମୀ ବାରମ୍ବାର ସ୍ତ୍ରୀକୁ ଦେଉଥିଲା ନିର୍ଯ୍ୟାତନା।ସ୍ତ୍ରୀକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ।ଚୁଲିରଡ ହଣ୍ଡାଏ ଟକମକ ଗରମ ପାଣି କରି ସ୍ତ୍ରୀ ଉପରେ ଢାଳିଦେଲା ସ୍ୱାମୀ।
ସ୍ତ୍ରୀ ଗୁରୁତର ହୋଇ ଭୂବନେଶ୍ୱର ଏମସ୍ ହସପିଟାଲରେ ମୃତ୍ୟୁ ସହିତ ସଂଗ୍ରାମରତ। ସୂଚନାରୁ ଜଣାପଡିଛି ଗୋଳବାଇ ତଳଗୁଣ୍ଠୁଣୀ ଗ୍ରାମର ଅନୁଆ ସାମନ୍ତରାୟ ତାଙ୍କ ସ୍ତ୍ରୀ ସଂଜୁଲତାକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ। ସଂଜୂଲତା ଭୟରେ ତାଙ୍କ ବାପା ଘରେ ରହି ଆସୁଥିଲେ। ସୋମବାର ଦିନ ସଂଜୂଲତା ରାସନ କାର୍ଡ ଆଧାର ଲିଙ୍କ କରିବା ପାଇଁ ଗୁଣ୍ଠୁଣୀ ଘରକୁ ଆସିଥିଲେ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ସ୍ୱାମୀ ଏକ ହଣ୍ଡାରେ ଟକମକ ଗରମ ପାଣି କରି ରଖିଥିଲେ। ସ୍ତ୍ରୀ ସଂଜୂଲତା ଘରକୁ ଆସିବାକ୍ଷଣି ସ୍ୱାମୀ ଅନୁଆ ସାମନ୍ତରାୟ ସୁଯୋଗ ଉଣ୍ଡି ଗରମ ପାଣି ହଣ୍ଡାଏ ସ୍ତ୍ରୀ ଉପରେ ଢାଳିଦେଲେ। ଗରମ ପାଣିରେ ପୋଡିଗଲେ ସ୍ତ୍ରୀ ସଂଜୁଲତା। ସଂଜୂଲତା କୁ ପ୍ରଥମେ ଟାଗିଂ ମେଡ଼ିକାଲ ପରେ ଖୋର୍ଦ୍ଧା ମେଡ଼ିକାଲ ଓ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱର ଏମସ ହସପିଟାଲ କୁ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି।
ପରିବାର ଲୋକେ ଅଭିଯୁକ୍ତ ଅନିଆକୁ ଧରି ଜଂଙ୍କିଆ ଥାନା ପୋଲିସ ର ଜିମା ଦେଇଛନ୍ତି। ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଅନିକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।