ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ତଳ ଗୁଣ୍ଠୁଣୀ ଗ୍ରାମରେ ଗତ ୨୪ତାରିଖ ସୋମବାର ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା। ସ୍ୱାମୀ ବାରମ୍ବାର ସ୍ତ୍ରୀକୁ ଦେଉଥିଲା ନିର୍ଯ୍ୟାତନା। ସ୍ତ୍ରୀକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ। ହଣ୍ଡାଏ ଟକମକ ଗରମ ପାଣି ସ୍ତ୍ରୀ ଉପରେ ଢାଳିଦେଇଥିଲା ସ୍ୱାମୀ। ସ୍ତ୍ରୀ ଗୁରୁତର ହୋଇ ଭୂବନେଶ୍ୱର ଏମସ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି।
ଜଂକିଆ ଥାନା ଗୋଳବାଇ ତଳଗୁଣ୍ଠୁଣୀ ଗ୍ରାମର ଅନୁଆ ସାମନ୍ତରାୟ ତାଙ୍କ ସ୍ତ୍ରୀ ସଂଜୁଲତାକୁ ଜୀବନରେ ମାରିଦେବା ଯୋଜନା କରିଥିଲେ। ଅନୁଆ ହଣ୍ଡାରେ ଗରମ ପାଣି କରି ସ୍ତ୍ରୀ ସଂଜୂଲତା ଉପରେ ଢାଳି ଦେବାରୁ ସେ ପୋଡି ଯାଇଥିଲେ। ସଂଜୂଲତା କୁ ପ୍ରଥମେ ଟାଗିଂ ମେଡ଼ିକାଲ ପରେ ଖୋର୍ଦ୍ଧା ମେଡ଼ିକାଲ ଓ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱର ଏମସ ହସପିଟାଲ କୁ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା l
ସେଠାରେ ୭ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ତାଙ୍କ ର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଗିଂ ପଡିଛନ୍ତି ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।