January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା । ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଦୃର୍ବୁତ୍ତ ଶ୍ରୀମନ୍ଦିର ସିକ୍ୟୁରିଟି ଉପରେ ଆକ୍ରମଣ କରିବାକୁ ବା ବ୍ୟାଘାତ କରିବାକୁ ଚେଷ୍ଟା କରିବେ ତେବେ ଆଇନଗତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ଭୋର ସମୟରେ ଶ୍ରୀ ମନ୍ଦିର ଉପରେ ଅଜଣା ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା ।

ନୋ ଫ୍ଲାଇଙ୍ଗ ଜୋନ୍‌ରେ କିଏ ଓ କ’ଣ ପାଇଁ ଉଡାଇଛି ଡ୍ରୋନ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଡ୍ରୋନ ଉଡ଼ାଣ ନେଇ ଆରମ୍ଭ ହେଲା ତଦନ୍ତ । ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଗଲା । ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଘଟଣାକୁ ଗୁରୁତର ସହ ନେଇଛି ପୁରୀ ପୋଲିସ । କୌଣସି ସନେ୍ଦହ ହେଲେ ଥାନାରେ ଅଭିଯୋଗ ପାଇଁ ଅପିଲ୍ । ପୂର୍ବରୁ ୨୦୧୪, ୨୦୧୭, ୨୦୧୯, ୨୦୨୨, ୨୦୨୪ ମସିହାରେ ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିବା ସେତେବେଳେ ବିଭିନ୍ନ ଗୁଇନ୍ଦା ବିଭାଗ ସଂସ୍ଥା ଓ ଏଏନଆଇ ପକ୍ଷରୁ ଏଭଳି ଚିତ୍ର ଉତୋଳନ ନେଇ ନାନା ଟିପଣି ପ୍ରଦାନ କରାଯାଇଥିଲା ।

ମୋ ଟିଭି ଓଡିଶା, ପୁରୀ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।