ମୋ ଟିଭି ଓଡିଶା / ପୁରୀ :
୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହତ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଗଲା ବୋଲି କହିଛନ୍ତି ସିଏମଓ। ମହାପ୍ରଭୁ ତୁମେ ଓଡିଆ ଜାତିର ହୃଦସ୍ପନ୍ଦନ କହିଲେ ମୁଖ୍ୟମନ୍ତ୍ରୀ। ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମଓଙ୍କ ପକ୍ଷରୁ ଟ୍ୱିଟ। ଦୀର୍ଘ ଦଶନ୍ଧି ପ୍ରତିକ୍ଷାର ଅନ୍ତ ହେଲା। ଶେଷଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ରତ୍ନଭଣ୍ଡାର। ଆଜି ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ରହିଛି।
ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତଙ୍କର ଉତ୍ସୁକତା ରହିଥିବା ବେଳେ ରତ୍ନଭଣ୍ଡାର ଭିତରୁ ବାହାରିଛନ୍ତି ଅଧିକୃତ ସଦସ୍ୟ । ବାହାରକୁ ବାହାରିବା ପରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି କି, ଏସଓପି ମୁତାବକ ସମସ୍ତ କାର୍ଯ୍ୟ ହୋଇଛି ।
ଅରବିନ୍ଦ ପାଢୀଙ୍କ କହିବା ମୁତାବକ ବାହାର ରତ୍ନଭଣ୍ଡାରରୁ ଯାହା ବାହାରକୁ ବାହାର କରିବା କଥା ସମସ୍ତ ଜିନିଷ ବାହାର କରାଯାଇ ତାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଚେଙ୍ଗଡା ଘରେ ରଖାଯାଇଛି । ଜଷ୍ଟିସ ରଥ ଓ ମେକାପ ସଦସ୍ୟଙ୍କ ସାମ୍ନାରେ ସବୁ ଜିନିଷ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସ୍ଥାନାନ୍ତର ହୋଇଥିବା ସମସ୍ତ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି । ଏବେ ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।