MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ ।

ଦୀପାଲିଙ୍କ ବୟାନ ଉପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି । ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଆମେ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲୁ । ଯିଏ ଗୁଳି କଲା ଧରା ପଡିଲା । କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ସତ୍ୟ ବାହାରିବ ନାହିଁ । ତେବେ କେସ ରି-ଓପନ କରାଯିବ କି କଣ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

ବିଳମ୍ବରେ ହେଲେ ବି ଅନ୍ତତଃ ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ । ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଝା ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେ ହଜନକ । ସେହି ସମୟରେ ଆମେ ମାନେ ବିଧାନସଭାରେ ସିବିଆଇ ତଦନ୍ତ ଦାବି ନଚେତ ଜୁଡିସିଆରି ତଦନ୍ତ ଦାବି କରିଥିଲୁ । ସେତେବେଳର ସରକାର ଏକମତ ହେଲେ ନାହିଁ ଏବଂ ତାଙ୍କ ପରିବାର ନିରବ ରହିଲେ । ଏବେ ଯେଉଁ ସମୟରେ କିରିମିରା ବ୍ଲକ ଅଧଃକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବାରେ ତାଙ୍କ ଜ୍ଞାନ ଉଦୟ ହୋଇଛି ।

ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡ଼ିଶାବାସୀ ବି କହୁଛନ୍ତି । ସେଥିପାଇଁ ସିବିଆଇ ତଦନ୍ତ ହେବା କଥା । କାହିଁକି ନା ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ । ସେପଟେ ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ନବ ଦାସଙ୍କ ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ସିବିଆଇ ହେଉଛି ବହୁତ ଭଲ ତଦନ୍ତକାରୀ ସଂସ୍ଥା ତେଣୁ ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରା ପଡ଼ିବ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।