ମୋ ଟିଭି ଓଡିଶା / ଭୁବନେଶ୍ୱର :
ପହଣ୍ଡି ବେଳେ ବଡ଼ ଠାକୁର ଆଗକୁ ଝୁଙ୍କି ପଡ଼ିବା ଘଟଣା । ଘଟଣାର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ଏହା ଏକ ସାମାନ୍ୟ ଦୁର୍ଘଟଣା । ଭଗବାନଙ୍କର କିଛି କ୍ଷତି ହୋଇନାହିଁ, କିଛି ଦଇତା ଭାଇ ଆହତ ହୋଇଛନ୍ତି । ପହଣ୍ଡି ପରେ ସ୍ଥିତି ନେଇ ମୁଖମନ୍ତ୍ରୀଙ୍କୁ ଗତ ରାତିରେ ରିପୋର୍ଟ ଦିଆଯାଇଛି। ରଥଯାତ୍ରା ପ୍ରକ୍ରିୟା ଓ ବାହୁଡ଼ା ଯାତ୍ରାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଆଉ କିଛି ପଦକ୍ଷେପ ନିଆଯିବ। ରଥ ଉପରେ ଅଣ ସେବାୟତ ଥିବା ନେଇ ନଜରକୁ ଆସିଛି। ରଥ ଉପରେ ଅଣ ସେବାୟତ ରହିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ମନ୍ଦିର ଭିତରେ ଅଣ ସେବାୟତ ଥିଲେ । ଦୁଇ ସେବାୟତ ଗୋଷ୍ଠୀ ଭିତରେ କିଛି ତର୍କ ବିତର୍କ ହୋଇଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।