MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଉପାନ୍ତ କୂଟରୁ ଗାଁ ରେ ପଡ଼ିନାହିଁ ନେତାଙ୍କ ପାଦ, ପୋଷ୍ଟର ଦେଖି ଭୋଟ ଦେବେ ବନାବାସୀ।


ମୋଟିଭି ଓଡିଶା : କଳାହାଣ୍ଡି:୧୨/୦୫ : ଆସନ୍ତା କାଲି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଶନିବାର ସରିଛି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର, ତେବେ ଏମିତି ବି କିଛି ଉପାନ୍ତ ଓ ଅପହଞ୍ଚ ଗ୍ରାମ ରହିଛି ଯେଉଁଠି ନେତାଙ୍କ ପାଦ ପଡିନାହଁ କି ନିର୍ବାଚନ ପ୍ରଚାର ହୋଇନାହିଁ। କୋକସରା ବ୍ଲକ ଆମପାଣି ପଂଚାୟତର ଏକ ଉପାନ୍ତ ଅଞ୍ଚଳ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ରାଜସ୍ବ ଗ୍ରାମ ହେଉଛି କୁଟୁରୁ ଗ୍ରାମ।

ଜାତୀୟ ରାଜପଥ ୨୬ ବିରିମୁହାଣ ଛକ ରୁ ୧୨ କିମି ଜଙ୍ଗଲ ରାସ୍ତା ମଧ୍ୟରେ ରହିଛି ଏହି ବନାବାସୀଙ୍କ ଗ୍ରାମ କୂଟରୁ।ସ୍ୱାଧୀନତାର ସତୁରି ଦଶକ ପରେ ମଧ୍ୟ ଅନେକ ମୌଳିକ ସମସ୍ୟାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ। ଗମନାଗମନ ପାଇଁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ସମସ୍ୟା ଏବେ ମଧ୍ୟ ଲାଗି ରହିଛି। ଯାହାକୁ ପ୍ରତିବାଦ କରି ପୂର୍ବରୁ ଏହି ଗ୍ରାମବାସୀ ମାନେ ଭୋଟ ବର୍ଜ୍ଜନ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜିଯାଏ ସୁଧୁରୀ ପାରିନାହିଁ ଗାଁ ର ମୌଳିକ ସମସ୍ୟା । ଏହାରି ଭିତରେ ପୁଣି ନିର୍ବାଚନ ଆସିଛି, ହେଲେ ଗ୍ରାମବାସୀଙ୍କ କହିବା ଅନୁସାରେ ଚଳିତ ନିର୍ବାଚନ ରେ କୌଣସି ରାଜନୈତିକ ଦଳ ବିଧାୟକ ପ୍ରାର୍ଥୀଙ୍କ ପାଦ ପଡ଼ିନାହିଁ କୂଟରୁ ଗ୍ରାମରେ କେବଳ ବିଭିନ୍ନ ଦଳର କର୍ମି ଆସି କାନ୍ଥବାଡ଼ରେ ଦଲୀୟ ପ୍ରାର୍ଥୀଙ୍କ ପୋଷ୍ଟର ମାରି ଭୋଟ ଦେବାକୁ କହିଛନ୍ତି। କୂଟର ରାଜସ୍ୱ ଗ୍ରାମରେ ୨୩୬ ଜଣ ଭୋଟର ରହିଥିବା ନେଇ ସ୍ଥାନୀୟ ଜଣେ ଯୁବକ ଗଗନେଶ୍ୱର ଠାକୁର ସୁଚନା ଦେଇଛନ୍ତି।

ତେବେ ଏହି ରାଜସ୍ୱ ଗ୍ରାମ ଅଧୀନରେ ଲେକାଆମ, ଗିରଳିମାଲ, ବାଘ ଝରଣ ଗ୍ରାମ ରହିଛି। ଏହି ୪ ଗ୍ରାମ ର କୂଟରୁ ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ରେ ମତଦାନ କରିବେ। ମାଓ ପ୍ରବଣ ଅଞ୍ଚଳ କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଘୋଷଣା କରାଯାଇଛି। ନିର୍ବାଚନ ପ୍ରଚାରରେ କୌଣସି ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ନ ଆସିବା କାରଣ ପଚାରିବାରୁ ହୁଏତ ଗ୍ରାମରେ ଥିବା ମୌଳିକ ସମସ୍ୟା ବିଷୟରେ ଗ୍ରାମବାସୀଙ୍କ ପ୍ରତିବାଦକୁ ସାମ୍ନା କରିବାକୁ ନେତାଙ୍କ ସାହସ ନାହିଁ l ଏଣୁ ଆସୁନଥିବେ ବୋଳି ସ୍ଥାନୀୟ ଲୋକମାନେ କହିଛନ୍ତି। ତଥାପି ଗଣତନ୍ତ୍ରର ସାମ୍ବାଧାନିକ ଅଧିକାର ପାଇଁ ମତଦାନ କରିବେ ବୋଳି ଗ୍ରାମବାସୀ କହିଛନ୍ତି। ରବିବାର କୂଟରୁ ଗ୍ରାମକୁ ପୋଲିଂ କର୍ମଚାରୀ ପହଞ୍ଚି ଥିବା ବିଏଲଓ ଗୌତମ ବାଗ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।