MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିଲ୍ଲୀରୁ ଚିଠି ଆସିଲା, ଭୁବନେଶ୍ଵରରେ ହଲଚଲ ହେଲା ।

ମୋ ଟିଭି ଓଡିଶା ବ୍ୟୁରୋ :

କିସ୍‌କୁ ନେଇ କେନ୍ଦ୍ର ସରକାର ଦେଲେ ଚିଠି । ଆଉ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି କି, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜୁନ୍ ୨୧ର ଇଏ ସେଇ ଚିଠି… ଯାହାକି ଜୋରଦାର ଝଟକା ଦେଇଛି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା, ଭୁବନେଶ୍ଵର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- ‘କିସ୍’ କୁ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । ଯାହାକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । 

ଏସବୁ ଭିତରେ ସାମ୍ନାକୁ ଆସିଛି ଗତ ଫେବୃଆରୀ ୨୧ର ଆଉ ଏକ ଚିଠି । ଯେଉଁଥିରେ କିସ୍‌କୁ ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ଏବଂ ପରେ କେତେକ ସର୍ତ୍ତ ଅନୁପାଳନ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଲେଖିଥିଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ । ଦୁଇଦୁଇଟି ଚିଠି ଆସିବା ଚର୍ଚ୍ଚା ହେଉଛି କି ଜଙ୍ଗଲ ଜମିରେ ହୋଇଛି କିଛି ହେରଫେର । ଭୁବନେଶ୍ଵର ପଥରଗାଡ଼ିଆ ମୌଜାରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରିବା ନେଇ କିସ୍ ବିରୋଧରେ ୨୦୧୬ରେ NGTରେ ଅଭିଯୋଗ ହୋଇଥିଲା । ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୧ରେ ଅନ୍ତରୀଣ ରାୟ ଦେଇଥିଲେ NGTର କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ଜୋନ୍ । କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରି, ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT । କେବଳ ଏତିକି ନୁହେଁ, ଅନୁମତି ନମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ଯ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ NGT । ହେଲେ ଏହାକୁ ଖାତିର ନକରି ବେଆଇନ କୋଠା ନିର୍ମାଣ କରିଚାଲିଥିଲା ସଂପୃକ୍ତ ସଂସ୍ଥା । ଏନେଇ ବାରମ୍ବାର ଅଭିଯୋଗ ବି ହୋଇଥିଲା । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, କିସ୍‌ ହେଉଛି ଆଦିବାସୀ ପିଲାଙ୍କ ପାଇଁ ଭୁବନେଶ୍ଵରରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ । ଏହା ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ, ପ୍ରଶ୍ନ ଉଠୁଛି- ଆଦିବାସୀ ପିଲାଙ୍କ ପାଠପଢା ଆଳରେ ଜଙ୍ଗଲ ଜମି ହଡ଼ପ କରିବାକୁ ଚାହୁଁଛନ୍ତି କି ଅଚ୍ୟୁତ ସାମନ୍ତ ? ସରକାରୀ ଦଳର ସାଂସଦ ଥିବା ବେଳେ କରିଛନ୍ତି କି କ୍ଷମତାର ଅପବ୍ୟବହାର ? ବର୍ଷ ବର୍ଷ ଧରି କାହିଁକି ଏନ୍‌ଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ତତ୍କାଳୀନ ବିଜେଡି ସରକାର? କେବେ ହେବ କାର୍ଯ୍ୟାନୁଷ୍ଠାନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।