February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପଦାରେ ପଡିଲା ପୂର୍ବ ସରକାରଙ୍କ ମିଛ ଯୋଜନା

ପଦାରେ ପଡିଲା ପୂର୍ବ ସରକାରଙ୍କ ମିଛ ଯୋଜନା।ନାହିଁ ନାହିଁରେ ଚାଲିଛି ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର।

ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ପୂର୍ବ ସରକାର ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲି ଡିଡିମ ପିଟିଥିଲା। ସ୍ୱାସ୍ଥ୍ୟ ସେବାକୁ ସୁବିନିଯୋଗ କରିବା କ୍ଷେତ୍ରରେ ଭିତିଭୂମିର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠିକାଦାର ପୋଷିଥିଲା। ଚିକିତ୍ସାଳୟର ଭିତ୍ତିଭୂମି ବିକାଶ କରି ଠିକାଦାର, ଯନ୍ତ୍ରୀ, ନେତା ମାଲେମାଲ ହେଉଥିଲ ହେଲେ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଠିକରେ ସେବା ଦେଇନଥିଲେ। ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ସ୍ଥାୟୀ ଭାବରେ ଡାକ୍ତର ନିଯୁକ୍ତି ହୋଇଛନ୍ତି ହେଲେ ନିୟମିତ ଡାକ୍ତରଖାନାକୁ ଆସୁନାହାନ୍ତି। ଜଣେ ଆୟୁସ ଡକ୍ଟର ଓ ଜଣେ ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ସେବା।ଚିକିତ୍ସା ପାଇଁ ସ୍ଥାନୀୟ ଗ୍ରାମାଞ୍ଚଳର ଲୋକେ ଟାଗିଂ, ଖୋର୍ଦ୍ଧା ଓ ଭୂବନେଶ୍ୱର ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ମେଡିକାଲ ପରିସରରେ ଥିବା ଷ୍ଟାଫ କ୍ୱାଟର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ସରିସୃପ ମାନଙ୍କର ଆଶ୍ରୟ ସ୍ଥଳ ପାଲଟିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଭୂଷଣ୍ଡପୁର(କନ୍ତଳବାଇ)ଠାରେ ଥିବା ସରକାରୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଆସନ୍ତୁ ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ।

_ଦେଖନ୍ତୁ ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଭୂଷଣ୍ଡପୁର(କନ୍ତଳବାଇ) ଠାରେ ପ୍ରତିଷ୍ଠିତ ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉପରେ ଆଖପାଖ ୫/୬ଗୋଟି ଗ୍ରାମପଞ୍ଚାୟତ ଲୋକେ ନିର୍ଭର କରିଥାନ୍ତି। ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଯଥେଷ୍ଟ ଭିତ୍ତିଭୂମି ଅଛି ହେଲେ ରୋଗୀସେବା କରିବା ପାଇଁ ଜଣେ ଆୟୁସ ଡାକ୍ତର ଓ ଅନ୍ୟଜଣେ ଏଲୋପାଥିକ ଡାକ୍ତର ସ୍ଥାୟୀ ଭାବରେ ନିଯୁକ୍ତି ହୋଇଛନ୍ତି ହେଲେ ଏଲୋପାଥିକ ଡାକ୍ତର ଏଠାକୁ ପାଳିକରି ଆସୁଛନ୍ତି ସେ ଅନ୍ୟତ୍ର ଡ୍ୟୁଟି କରୁଛନ୍ତି।ଡାକ୍ତରଖାନା ସକାଳ ୯ଘଣ୍ଟିକାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହେ ଅନ୍ୟ ସବୁବେଳେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ତାଲା ପଡିଥାଏ। ଏଭଳି ଭାବରେ ଏଠାରେ ୧୫/୨୦ବର୍ଷ ହେବ ନିୟମିତ ଡାକ୍ତର ନାହାନ୍ତି।ଡାକ୍ତରଖାନା ପରିସରରେ ଆବଶ୍ୟକ ଅନୁଯାୟୀ ଷ୍ଟାଫ କ୍ୱାଟର ଅଛି ହେଲେ ସେଗୁଡିକ ମରାମତି ଅଭାବରୁ ଘରର ଆଜବେଷ୍ଟସ , ଝରକା କବାଟ ଫାଟି ଯାଇଛି ଓ କେଉଁଠି କାନ୍ଥରୁ ପାଣିଗଳୁଛି ଘରର ମରମତି ଅଭାବରୁ ଅନାବନା ଗଛ ଉଠି ଜଂଗଲର ଭ୍ରମ ସୃଷ୍ଟି କରୁଛି ଘର ଭିତରେ ଉଇ ହୁଙ୍କା ହୋଇଗଲାଣି ଏବଂ କ୍ୱାଟର ଗୁଡିକ ସରିସୃପ ମାନଙ୍କର ବାସସ୍ଥଳୀ ପାଲଟିଛି। କ୍ୱାଟର ଗୁଡିକ ଠିକ ନଥିବାରୁ କାର୍ଯ୍ୟରତ କର୍ମଚାରୀ ମାନେ କ୍ୱାଟରରେ ନରହି ଟାଗିଂ ଓ ଖୋର୍ଦ୍ଧା ରେ ରହି ଯିବା ଆସିବା କରୁଛନ୍ତି। ଦିନ ୨ଟା ପରେ ଯଦି ସ୍ଥାନୀୟ ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବା ନିମନ୍ତେ ମେଡ଼ିକାଲ କୁ ଆସନ୍ତି ତେବେ ଏଠାରୁ ନିରାଶ ହୋଇ ଫେରି ଯାଇ ଟାଗିଂ, ଖୋର୍ଦ୍ଧା ନଚେତ ଭୂବନେଶ୍ୱର ଖର୍ଚ୍ଚାନ୍ତ ହୋଇ ଚିକିତ୍ସା ପାଇଁ ଯାଇଥାନ୍ତି। ଏଠାରେ ଜଣେ ଡାକ୍ତର ନିୟମିତ ନଆସି ପାଳି କରି ଆସୁଛନ୍ତି। ଅନ୍ୟଜଣେ ଆୟୁସ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି। ସ୍ଥାନୀୟ ଅଂଚଳର ଅନେକ ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି। ପୂର୍ବ ସରକାର କେବଳ କାଗଜ କଲମରେ ସ୍ୱାସ୍ଥ୍ୟ ସେବା କଥା କହୁଥିଲେ ବାସ୍ତବରେ ଗ୍ରାଉଣ୍ଡର ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ର ସ୍ଥିତି ସଂପୂର୍ଣ୍ଣ ଓଲଟା। ଯାହାକୁ ନେଇ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ୱ ଦେଇ ଡାକ୍ତରଖାନାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିବେଦନ କରି ଅହୋରାତ୍ର ଧାରଣାରେ ବସି ରହି ପ୍ରତିବାଦ କରିଛନ୍ତି।

-ଭୂଷଣ୍ଡପୁର(କନ୍ତଳବାଇ) ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ମେଡ଼ିକାଲ ପରିସରରେ ଥିବା ଷ୍ଟାଫ କ୍ୱାଟର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏ ସଂମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ପଚାରିବାରେ ସେ ନିଜେ ଏ ସଂମ୍ପର୍କରେ କୈ।ଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାନ୍ତି ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି ଯଦି ଗରିବ ଖଟିଖିଆ ନିରିହ ରୋଗୀଟି ନିକଟସ୍ଥ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ପାଇ ନପାରି ଟଙ୍କା ଖର୍ଚ୍ଚ କରି ଟାଗିଂ, ଖୋର୍ଦ୍ଧା ଓ ଭୂବନେଶ୍ୱର ଚିକିତ୍ସା ପାଇଁ ଯାଉଛି ତେବେ ପୂର୍ବ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ୧୫/୨୦ବର୍ଷ ଧରି ଡାକ୍ତର ନିଯୁକ୍ତି କରିନଥିଲେ କାହିଁକି ? ପୂର୍ବ ସରକାର କରୁଥିଲେ କଣ ? କେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନୂଆ ସରକାର ନଜର ପକାଇବେ ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।