ସୋର : ୩୧/୧୦/୨୪
ଗତକାଲି ସନ୍ଧ୍ୟାରେ ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଥିଲେ। ଏହି ଘଟଣାରେ ଖଇରା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଡ଼ାଲଙ୍ଗ ଗ୍ରାମର ରାମଚନ୍ଦ୍ର ପାଢ଼ୀ (୪୦) ବଜାରରେ ଥିବା ବେଳେ ଉକ୍ତ ଗ୍ରାମର ଅଶୋକ ସାହୁ (୪୦) ଯିଏକି ଏହି ବଜାରରେ ଏକ ସୁନାଦୋକାନ କରିଛନ୍ତି। ତାଙ୍କ ସହ ସାମାନ୍ୟ କଥାରୁ ବଚସା ହୋଇଥିଲା। ପରେ ସୁନା ଦୋକାନୀ ଅଶୋକ ଉତକ୍ଷିପ୍ତ ହୋଇ ଦୋକାନରେ ଥିବା ଏସିଡ ରାମଚନ୍ଦ୍ରଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ରାମଚନ୍ଦ୍ରଙ୍କ ସମେତ ଡ଼ାଲଙ୍ଗ ଗ୍ରାମର ଡ଼ମ୍ବୁରଧର ମଳିକ (୫୦) ଆହତ ହୋଇଥିଲେ।
ଖବର ପାଇ ଖଇରା ପୁଲିସ ଓ ଖଇରା ପୁଲିସ ଡାକ୍ତରଖନାରେ ପହଂଚିବା ସହିତ ଘଟଣା ସ୍ଥଳରେ ପହଞ୍ଚି ୨୨୭/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗତକାଲି ରାତିରେ ଅଶୋକକୁ ଗିରଫ କରିଥିଲେ। ମାତ୍ର ଏସିଡ ମାଡରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ସୁସ୍ଥ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।