MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୁରୁ କରୁଥିଲେ ଗଞ୍ଜେଇ ଚାଲାଣ, ପୋଲିସ ହାତରେ ଧରାପଡି ଗଲେ ଜେଲ ,କାରନିବେଡା ୟୁପି ସ୍କୁଲ ଶିକ୍ଷକ ।


ମୋଟିଭି ଓଡ଼ିଶା,ଫୁଲବାଣୀ ୨୯/୭(ସୁଶାନ୍ତ କୁମାର ସାହୁ)


ଗୁରୁ କରୁଥିଲେ ଗଞ୍ଜେଇ ବେପାର l
ସ୍କୁଲ ରେପାଠ ପଢାଇ ପିଲାଙ୍କୁ ସଠିକ ଜ୍ଞାନ ପ୍ରଦାନ କରିବା ପରିବର୍ତ୍ତେ ଚୋରା ଗଂଜେଇ କାରବାର ରେ ଲିପ୍ତ ରହି ଏଵେବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୋଲିସ ହାତରେ ଧରାପଡ଼ି ଜେଲ ଯିବା ତାଙ୍କୁ ମହଙ୍ଗା ପଡିଛି l ଶିକ୍ଷକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଶିକ୍ଷା ଅଧିକାରୀ ଅଧୀନ ରେ ଥିବା କାରନିବେଡା ୟୁପି ସ୍କୁଲ ଶିକ୍ଷକ ପ୍ରଶାନ୍ତ ନାୟକ lପ୍ରଶାନ୍ତ ଏକା ନୁହନ୍ତି ତାଙ୍କ ସହ ଅନ୍ୟ ପଞ୍ଚ ଜଣ ଗଞ୍ଜେଇ ମାଫିଆ ମଧ୍ୟ ପୋଲିସ ହାତରେ ଧରାପଡିଛନ୍ତି l ପ୍ରଶାନ୍ତ ସ୍କୁଲ କୁ ନଯାଇ ନିୟମିତ ଗଂଜେଇ କେଉଁଠୁ ଆସିବ କିପରି ସୁବିଧାରେ ଚାଲାଣ ହେବ ସେ କାମରେ ଦିନରାତି ବୁଲୁଥିଲେ l ଶିକ୍ଷା ବିଭାଗ କିଛି କର୍ମଚାରୀ ସିଅlରସିସି ବଟି ନେଇ ତାଙ୍କୁନିୟମିତ ଦରମା ପାଇବାରେ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି l
ବାଲିଗୁଡା ପୋଲିସ ଏ ସମ୍ପର୍କରେ କୌଣସି ସୁରାକ ପାଇନଥିବାବେଳେ ଟିଟିଲାଗଡ଼ ପୋଲିସ କୌଣସି ସୂତ୍ର ରୂ ଖବରପାଇ ଏମାନଙ୍କ ଉପରେ ନଜର ରଖିଥିଲା l ଆଉ ଶନିବାର ବାଲିଗୁଡା ରୂ ଗଞ୍ଜେଇ ରାୟ ପୁରକୁ
ଚାଲାଣ କରୁଥିବାବେଳେ ଟିଟିଲାଗଡ଼ ପୋଲିସ ଗଂଜେଇ ସହ ୬ ଜଣକୁ ଗିରଫ କରିଥିଲା l ଶିକ୍ଷକଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା କରାଯାଇଛିl ଶିକ୍ଷକ ସମାଜ ପାଇଁ କଳଙ୍କ ଏଣୁ ଚାକିରୀ ରୂ ବହିଷ୍କାର କରିବାକୁ ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘ ଦାବୀ କରିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।