January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ

ମୋ ଟିଭି ଓଡିଶା / ପୁରୀ :

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବା ଲାଗି ଆଲୋଚନା ହୋଇଛି । ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପକାନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଭୂ- ସମ୍ପତ୍ତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ହୋଇଛି । ଏନେଇ ସରକାରଙ୍କ ଅନୁମୋଦନ ପରେ କାର୍ୟ୍ୟକାରି କରାଯିବ । ଅଭଡ଼ା ଯୋଜନାରେ ଆସିଥିବା ୩୫ଟି ଏସି ମିନି ଇ-ବସ ଓଏସଆରଟିସିଙ୍କୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ।ଅର୍ପଣ ଚାଉଳ ନେଇ ସମ୍ପୃକ୍ତ ନିଯୋଗଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।