February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ଖଣି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ। ଗିରଫ ହେଲେ ଖଣି ଅଧିକାରୀ ପଦ୍ମନାଭ ହୋତା।

ଭିଜିଲାନ୍ସ ପକ୍ଷରୁ ବୁଧବାର ପଦ୍ମନାଭ ହୋତାଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ ବାସଭବନ ସମେତ ଭୁବନେଶ୍ୱର, ଭବାନୀପାଟଣା ଓ ଯାଜପୁର ଜିଲାରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ପରେ ଏକାଧିକ ଗୃହ ଓ ପ୍ଲଟ୍ ସମେତ ବିପୁଳ ପରିମାଣର ସମ୍ପତ୍ତି ଥିବା ଜଣାପଡ଼ିଛି।

ଖଣି ଅଧିକାରୀଙ୍କ ନାମରେ କେନ୍ଦୁଝର ଜଗନ୍ନାଥପୁରଠାରେ ୧୦ହଜାର ବର୍ଗ ଫୁଟର ଏକ ଦ୍ୱିତଳ ପ୍ରାସାଦ ସମେତ ଭୁବନେଶ୍ୱର କରୋଡକଣ୍ଟାଠାରେ ୫୮୦୦ ବର୍ଗ ଫୁଟର ୪ମହଲା ଘର, ୨ଟି ବେନାମି ଗୃହ, ୧୪ଟି ପ୍ଲଟ, କେନ୍ଦୁଝର ଜିଲା ଘସିପୁରା ତହସିଲ ଅଧିନ ମଦନପୁରଠାରେ ୫ଏକର ଜମିରେ ନିର୍ମିିତ ଏକ ଫାର୍ମ ହାଉସ୍‌‌ ସହ ୭୦ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ, ୫୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧ଲକ୍ଷ ଟଙ୍କା ନଗଦ ଅର୍ଥ, ୩୦୦ଗ୍ରାମର ସୁନା ଠାବ କରିଥିଲା ଭିଜିଲାନ୍ସ। ସମସ୍ତ ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ଭିଜିଲାନ୍ସ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ମୋ ଟିଭି ଓଡିଶା, କେଉଁଝର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।