ମୋ ଟିଭି ଓଡିଶା / ସୋର : ୧୯/୦୭/୨୦୨୪
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ପଛ ପଟେ ଥିବା ମିଶନ ଶକ୍ତି ଘରୁ ଦୁର୍ବୁତ୍ତ ମାନେ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଘରର ପଛପଟ ଗ୍ରୀଲ ଚାବି ଭାଙ୍ଗି କାର୍ଯ୍ୟାଳୟ ଭିତରେ ପ୍ରବେଶ କରିଥିଲେ। ୬ଟି ଫ୍ୟାନ, ଏଲଏଡି ଟିଭି, ଆକୁଆଗାର୍ଡ, ମଇକ୍ରୋଫୁନ ମେସିନ, ଆଦି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ଆଜି ମିଶନ ଶକ୍ତିର ମହିଳା ମାନେ କାର୍ଯ୍ୟାଳୟକୁ ଆସିବା ପରେ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ମିଶନ ଶକ୍ତିର ମହିଳା ମାନେ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ମିଶନ ଶକ୍ତି ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ତାଲା ଭାଙ୍ଗି ଚୋରି କରି ନେଲେ ୭ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।