ଖୁବଶୀଘ୍ର ଫେରସ୍ତ ହେବ ଚିଟଫଣ୍ତ ଟଙ୍କା। ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା। ଏନେଇ ନୀତିଗତ ନିଷ୍ପତ୍ତି ନିଆଯିବା ସହ ପୂରା ପ୍ରକ୍ରିୟା ଶେଷ କରାଯିବ । ସେହିପରି ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି । ତେବେ ଏହି ରିପୋର୍ଟ କିପରି ଉପସ୍ଥାପନ ହେବ ସେ ବିଷୟରେ ସରକାର ଚିନ୍ତା କରୁଛନ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି, ଚିଟଫଣ୍ତ ଟଙ୍କା ଫେରାଇବା ପୂର୍ବର ସରକାରଙ୍କ ଦାୟିତ୍ୱ ଥିଲା ହେଲେ ସେ ଏହା କରି ନଥିଲେ । ହେଲେ ନୂଆ ସରକାର ଚିଟଫଣ୍ତ ଟଙ୍କା ଫେରାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।