ମୋ ଟିଭି ଓଡିଶା ବ୍ୟୁରୋ :
ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ) ସ୍ତରରେ ଅଦଳ ବଦଳ କରାଯାଇଛି। ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ।
ପୂର୍ବତନ ସିପି ସଞ୍ଜୀବ ପଣ୍ଡା ନୂଆ କମିଶନର ସିଂହଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ନୂଆ କମିଶନର ଅନ୍ୟ ଅଧିକାରୀମାନଙ୍କ ସହିତ ହାତ ମିଳାଇ ପରିଚିତ ହୋଇଥିଲେ।
ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି। ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ଵର ଡିସିପି ଭାବେ ନିଯୁକ୍ତ କରାଯାଇଛି।
ଭରତପୁର ଘଟଣାରେ ଡିସିପିଙ୍କ ତରବରିଆ ମନ୍ତବ୍ୟ ଏବଂ ପୁଲିସର ଦାୟିତ୍ଵହୀନତା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।