MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବରାତ୍ରର ନବସ୍ୱରୂପର ନବମ ରୂପ ‘ମା’ ସିଦ୍ଧିଦାତ୍ରୀ

ଶାରଦୀୟ ନବରାତ୍ରର ନବମ ଅର୍ଥାତ ଅନ୍ତିମ ଦିବସରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ।

ପୁରାଣ ବର୍ଣ୍ଣିନା ଅନୁସାରେ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ଏହା ସହ ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ଏହି ମା’ ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ।

ନବମୀ ବିହିତ ପୂଜା କାଳରେ ସର୍ବପ୍ରଥମେ, କଳସ ଏବଂ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ। ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ଧ୍ୟାନମନ୍ତ୍ର ପାଠ କରାଯାଏ। ଏହାପରେ କୁମାରୀ ପୂଜା ଅନୁଷ୍ଠିତ ହୁଏ। ନଅ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କୁ ନବଦୁର୍ଗା ଭାବରେ ଚିନ୍ତା କରାଯାଇ ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଏ। ମା’ଙ୍କୁ ହାଲୁୱା, ପୁରୀ, କ୍ଷିରି, ବୋଟ, ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ଏହା ପରେ ମାତାଙ୍କର ବୀଜ ମନ୍ତ୍ର ଜପ କରାଯିବା ବିଧାନ ରହିଛି । ରାତ୍ରରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ ପରେ ନବରାତ୍ର ବ୍ରତ ସମାପନ ହୋଇଥାଏ। ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ମା’ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ପୂଜା ସମାପନ କରାଯାଏ। ମା’ଙ୍କର ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ଆମ ଭିତରେ ଥିବା ଆସୁରିକ ଭାବର ବିନାଶ ଘଟିଥାଏ।

ଶାରଦୀୟ ଅଭିନନ୍ଦନ ।
ପବିତ୍ର ଦୁର୍ଗାପୂଜା ନବରାତ୍ର ଶେଷ ଦୀନ (ନବମୀ) ଅବସରରେ ଆପଣଙ୍କୁ ଆନନ୍ଦ ଏବଂ ଆଶୀର୍ବାଦ ଭରା ଅଭିନନ୍ଦନ
ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ଶକ୍ତି, ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ |

ସିଦ୍ଧଗନ୍ଧର୍ବଯକ୍ଷାଦ୍ୟୈରସୁରୈରମରୈରପି ସେବ୍ୟମାନା ସଦା ଭୂୟାତ୍‌ ସିଦ୍ଧିଦା ସିଦ୍ଧିଦାୟିନୀ !!
ଯା ଦେବୀ ସର୍ବଭୂତେଷୁ ମା’ ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା। ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ !!

ସତ୍ୟାନନ୍ଦ ପାଣିଗ୍ରାହୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।