MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରାଥମିକ ଶିକ୍ଷକ ସଂଘ ର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ।


ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା:(ସୁଶାନ୍ତ ସାହୁ)
ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଶିକ୍ଷକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ନୂଆସାହିସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ହୋଇ ଯାଇଛି l ସଭା କାର୍ଯ୍ଯ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଧୂପ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୂଜାର୍ଚ୍ଚନା କରାଯାଇ ଥିଲା l ପ୍ରାଥମିକ ଶିକ୍ଷକ ସଂଘ ର ପୁର୍ବତନ ସଭାପତି ପ୍ରଶାନ୍ତ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶପଥ ସମାରୋହରେ ନବ ନିର୍ବାଚିତ ପଦାଧିକାରୀ ସଦସ୍ୟ ମାନଙ୍କୁ ପୁର୍ବତନ ସଭାପତି ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ l ନୂତନ ସଭାପତି ଭାବେ ମଣିରାମ ନାୟକ, ସାଧାରଣ ସମ୍ପାଦକ ଭାବେ ବିଶ୍ୱେଶ୍ୱର୍ ପ୍ରଧାନୀ , ଉପ ସଭାପତି ଭାବେ ରଞ୍ଜିତ କୁମାର ନାୟକ , ମିନାକ୍ଷୀ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଭାବେ ଗୌରୀ ଶଙ୍କର ପାଢ଼ୀ, ସହ ସମ୍ପାଦକ ଭାବରେ ଦିଗାମ୍ବର ଦିଗାଲ, ଅର୍ଣ୍ଣପୂର୍ଣା ନାୟକ , କୋଷାଧ୍ୟକ୍ଷ ଭାବେ କାଶୀନାଥ ସାହୁ , ସଂଯୋଜକ ଭାବରେ ପ୍ରଦୀପ କୁମାର ମଲ୍ଲିକ ଶପଥ ଗ୍ରହଣ କରିଥିଲେ l ଆମନ୍ତ୍ରିତ ଅତିଥି ଭାବରେ ପଡ଼ୋଶୀ କ, ନୂଆଗାଁ ବ୍ଲକ ଶିକ୍ଷକ ସଂଘର ସଭାପତି ବୁଲୁ ନାୟକ, ପ୍ରମୋଦ କହଁର ମଞ୍ଚାସୀନ ଥିଲେ l ବରିଷ୍ଠ ଶିକ୍ଷକ ସଂଗଠକ ଶିଶିର କାନ୍ତପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ମାନଙ୍କ ମଧ୍ୟରେ ବର୍ଗ ବିଭେଦ ନ ରଖି ସମସ୍ତେ ଏକତ୍ରିତ ହୋଇ ଶିକ୍ଷକ ସମାଜ ର ଉନ୍ନତି ଓ ସମସ୍ୟା ର ସମାଧାନ ପାଇଁ କାମ କରିବାକୁ ସଂକଳ୍ପ ନେଇଥିଲେ l ଶେଷରେ ପୁର୍ବତନ ସଭାପତି ସଭା ସାଙ୍ଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।