MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭି.କେ.ପାଣ୍ଡିଆନଙ୍କ ପାଇଁ ବଢିବାକୁ ଯାଉଛି ଅଡୁଆ

ଭୁବନେଶ୍ୱର : ୧୦/୧୧/୨୪

ବିଜେଡି କ୍ଷମତାରୁ ଯିବା ପରେ ଦୃଶ୍ୟପଟ୍ଟରୁ ହଜିଯାଇଥିବା ଭି.କେ.ପାଣ୍ଡିଆନଙ୍କ ପାଇଁ ବଢ଼ିବାକୁ ଯାଉଛି ଅଡୁଆ। ନିର୍ବାଚନ ପୂର୍ବରୁ ତାଙ୍କ ଗସ୍ତ ବେଳେ ନିର୍ମାଣ ହୋଇଥିବା ହେଲିପ୍ୟାଡରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ତଦନ୍ତ ଆରମ୍ଭ କରିଛି ପୂର୍ତ୍ତ ବିଭାଗ।

ଏନେଇ ସୂଚନା ଦେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପାଣ୍ଡିଆନଙ୍କ ହେଲିପ୍ୟାଡ ନିର୍ମାଣ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା ଉପରୁ ପରଦା ହଟିବ ଏବଂ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନ ପୂର୍ବରୁ ପାଣ୍ଡିଆନ ପାଖାପାଖି ୪୦୦ରୁ ୪୫୦ ଜାଗା ହେଲିକପ୍ଟରରେ ବୁଲିଥିଲେ। ସେହି ସବୁ ସ୍ଥାନରେ ହେଲିକପ୍ଟର ଅବତରଣ ପାଇଁ ହେଲିପ୍ୟାଡ ନିର୍ମାଣ ହୋଇଥିଲା। କିନ୍ତୁ ହେଲିପ୍ୟାଡ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା? କାହା ନିର୍ଦ୍ଦେଶରେ ହେଲିପ୍ୟାଡ ନିର୍ମାଣ ହୋଇଥିଲା? କେଉଁ ବିଭାଗ ଟଙ୍କାରୁ ଏହି ଖର୍ଚ୍ଚ ହୋଇଥିଲା?

ତାର ତଥ୍ୟ ଲୁଚାଇଥିଲେ ପୂର୍ବ ସରକାର। ଆଉ ସରକାର ବଦଳିବା ପରେ ଏହାର ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଦାବି ପରେ ତଦନ୍ତ ହେବ ବୋଲି କହିଥିଲେ ସରକାର। ତେବେ ଏହାକୁ କେବଳ ରାଜନୈତିକ ବୟାନବାଜି ବୋଲି କହିଛି ବିଜେଡି।

ପୂର୍ବ ସରକାର ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ମନ୍ତ୍ରୀ କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତି ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ବୋଲି କହୁଛନ୍ତି। ହେଲେ, ସରକାର ବଦଳିବାକୁ ଏହା ଭିତରେ ପାଂଚ ମାସ ବିତିଥିଲେ ବି ତଦନ୍ତ ଯେମିତି ହେବା କଥା ସେମିତି ଦେଖିବାକୁ ମିଳୁନାହିଁ। ତେଣୁ କେବେ ସରକାର ବହୁ ଚର୍ଚ୍ଚିତ ପାଣ୍ଡିଆନଙ୍କ ଗସ୍ତ କେଳେଙ୍କାରୀର ସତ ସାମନାକୁ ଆଣୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।