MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପଶ୍ଚିମବଙ୍ଗକୁ ଆଉ ଆଳୁ ପାଇଁ ଗୁହାରୀ କରିବେ ନାହିଁ ଓଡିଶା ସରକାର ।

ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ମୋହନ ସରକାର ନିର୍ଭରଶୀଳ ହେବେ ନାହିଁ । ପଶ୍ଚିମବଙ୍ଗକୁ ଆଉ ଆଳୁ ପାଇଁ ଗୁହାରୀ କରିବେ ନାହିଁ ଓଡିଶା ସରକାର ।  ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ, ତାହାଲେ ରାଜ୍ୟ ସରକାର ରଖିବେ । ହେଲେ ଓଡ଼ିଶା ସରକାର ଆଉ ନିଜ ଆଡୁ ଆଳୁ ମାଗିବେନି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, “ପଶ୍ଚିମବଙ୍ଗରେ କ’ଣ କେବଳ ଆଳୁ ଅଛି, ଆଉ କେଉଁଠି କଣ ନାହିଁ ? ଅନ୍ୟ ରାଜ୍ୟରେ ମଧ୍ୟ ଆଳୁ ମିଳୁଛି । ଉତ୍ତରପ୍ରଦେଶରୁ ଓଡିଶାକୁ ଆଳୁ ଆସିବା ଆରମ୍ଭ ହୋଇସାରିଛି । ଆଜି ମଧ୍ୟ ଉତ୍ତର ପ୍ରଦେଶରୁ ଆଳୁ ଆସିଛି । ଆଳୁ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଆବଶ୍ୟକ ଅନୁସାରେ, ଓଡ଼ିଶାରେ ଆଳୁ ମହଜୁଦ ଅଛି । ଆଳୁ ମଗେଇବାକୁ ବ୍ୟବସାୟୀଙ୍କୁ କୁହାଯାଇଛି । ଉତ୍ତର ପ୍ରଦେଶ ମାର୍କେଟରେ ଆଳୁ ୨୦ରୁ ୨୨ ଟଙ୍କାରେ ମିଳୁଛି । ଭଡା ବାବଦରେ ପ୍ରତି କିଲୋଗ୍ରାମରେ ୪ ଟଙ୍କା ପଡିବ । ଓଡିଶାର ବ୍ୟବସାୟୀ ୫ ଟଙ୍କା ଲାଭରେ ଆଳୁ ବିକିବେ । ଏମିତି ହେଲେ ଖାଉଟିଙ୍କୁ ୩୦ ଟଙ୍କାରେ ଆଳୁ ମିଳିବ ।”

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଆଳୁ ପାଇଁ ପଞ୍ଜାବ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି । ବାହାର ରାଜ୍ୟକୁ ଆଳୁ ଦେବୁନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି । ତେଣୁ ଆମେ ଜବରଦସ୍ତ ତାଙ୍କ ଠାରୁ ଆଳୁ ଆଣିବୁ ନାହିଁ । ଆମେ ମାଗି ଖିଆ ନୁହଁ, ମାଗିବୁ ନାହିଁ । ସେମାନେ ଆଳୁ ନଛାଡିଲେ, ଆମେ ମାଗିବୁ ନାହିଁ । କିମ୍ବା ଅନୁରୋଧ କରିବୁ ନାହିଁ । ସେମାନେ ଆଳୁ ଛାଡିଲେ, ଆମେ ମନା କରିବୁ ନାହିଁ । “ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡିଶା ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଯିବ । ବାହାର ରାଜ୍ୟରୁ ଆଳୁ ଆଣିବା ଦରକାର ପଡିବ ନାହିଁ । ଏନେଇ ଯୋଜନା କରାଯାଉଛି ।

ସୋମବାର ଏନେଇ ପୁନର୍ବାର ବୈଠକ ବସିବ । କୃଷି, ଯୋଗାଣ ଓ ସମବାୟ ବିଭାଗର ମିଳିତ ବୈଠକ ହେବ । ରାଜ୍ୟରେ ଆଳୁ ଚାଷ ବଢ଼େଇବା ଲାଗି ରଣନୀତି ପ୍ରସ୍ତୁତ ହେବ । ପିଆଜ ଚାଷ ବୃଦ୍ଧି ଲାଗି ନଜର ଦିଆଯିବ । ଅଣ୍ଡା ଓ ମାଛ ଉତ୍ପାଦନ ବୃଦ୍ଧି ଲାଗି ଆମେ ତତ୍ପର ଅଛୁ । ବଜାରରେ ଆଳୁ ଦର ବୃଦ୍ଧି ହୋଇନାହିଁ । ଦର ବୃଦ୍ଧି ହେଲେ ଚଢ଼ାଉ ହେବ ।” ତେବେ ପଶ୍ଚିମବଙ୍ଗ ଆଳୁ ନଦେବା ପଛରେ ରାଜନୈତିକ ଦିଗକୁ ଇଶାରା କରିଛନ୍ତି ମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ମନା କରିଥିବେ ବୋଲି ମମତା ଆଳୁ ଦେବାକୁ ମନା କରୁଥିବେ ବୋଲି ମନ୍ତ୍ରୀ କହିଛନ୍ତି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।