MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟପାଳଙ୍କ ଅଭିଭାଷଣକୁ  ବର୍ଜନ କଲେ ବିରୋଧୀ , କକ୍ଷ ତ୍ୟାଗ କଲେ ବିଜେଡି ଓ କଂଗ୍ରେସ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହ ବର୍ଜନ କରିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସ ଓ ବିଜେଡି ବିଧାୟକ। ASOଙ୍କୁ ମାଡ଼ ମାରିବା ନେଇ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ରହିଛି। ଏହା ଓଡ଼ିଆ ଅସ୍ମିତାକୁ ଆଘାତ ପହଞ୍ଚାଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିରୋଧୀ l

ପୁରୀ ରଥଯାତ୍ରା ସମୟରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଜଣେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି ଏବଂ କଂଗ୍ରେସ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲା। ଏହା ସହିତ ଏହି ଘଟଣାରେ ସରକାରଙ୍କ ନୀରବତାକୁ ବିରୋଧୀମାନେ କଡ଼ା ସମାଲୋଚନା କରିଥିଲେ। ସେହି କାରଣରୁ ବିଧାନସଭାରେ ବିରୋଧୀ ସଦସ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରିଥିବା ବିଜେଡି ଏବଂ କଂଗ୍ରେସ ବିଧାୟକମାନେ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେପି ସରକାରକୁ ଆସିଛି, ଓଡ଼ିଆ ଅସ୍ମିତା କଥା କହୁଛି। ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ ମାରିଲେ। ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉ ନାହିଁ କାହିଁକି। ତାଙ୍କ ପୁଅକୁ ଗିରଫ କରା ନ ଗଲେ ରାଜ୍ୟପାଳ ଗୃହକୁ ଆସିପାରିବେ ନାହିଁ। ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।