MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯାତ୍ରୀ ବାହୀ ବସକୁ ପଛରୁ ପିଟିଲା ଯାତ୍ରୀବାହୀ ବସ ୭ଗୁରୁତର ୨୫ଆହତ।

*ମରଣ କବଳରୁ ବର୍ତ୍ତିଗଲେ ଦୁଇଜଣ ଯୁବକ। ୩ ଘଣ୍ଟା ପରେ ବି ଘଟଣା ସ୍ଥଳରେ ଉତେଜନା ଜାରି ।ଦୁର୍ଘଟଣା ପାଇଁ ରାଜ୍ୟ ପରିବହନ କର୍ତ୍ତୁପକ୍ଷ ମୂଳ ମଞ୍ଜି ।

ଛିଡା ହୋଇଥିବା ଯାତ୍ରୀବାହୀ ବସ୍ କୁ ପଛ ରୁ ପିଟିଲା ଆଉ ଏକ ଯାତ୍ରୀବାହୀ ବସ୍ ୨୫ ଆହାତ ୭ ଗୁରୁତ୍ତର ଗୁରୁତ୍ତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର । ବସ୍ ଚକାତଳେ ଚାପି ହୋଇଗଲା ସ୍କୁଟି ଏବଂ ମୋଟରସାଇକେଲ ।


ଟାଙ୍ଗୀ ଖୋର୍ଦ୍ଧା ଆଜି ପ୍ରାୟ ଅପରାହ୍ନ ୩ ଘଣ୍ଟିକା ସମୟରେ ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ଡି ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକ ଠାରେ ଆସିକା ପଟୁ ଆସୁଥିବା ନମସ୍କାର୍ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀ ଉଠାଉଥିବାବେଳେ ପଛରୁ ଆସୁଥିବା ବାଲୁଙ୍କେଶ୍ୱର ନାମରେ ଅନ୍ୟ ଏକ ଯାତ୍ରୀବାହୀ ବସ୍ ପଛ ରୁ ଧକ୍କାଦେବା ଫଳରେ ଉଭୟ ଯାତ୍ରୀବାହି ବସ୍ ର ୨୫ ଜଣ ଯାତ୍ରୀ ଆହାତ ହେବା ସହ ୭ ଜଣ ଗୁରୁତ୍ତର ଆହାତଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।


ଘଟଣା ରୁ ପ୍ରକାଶ ଆଜି ପ୍ରାୟ ଅପରାହ୍ନ ୩ ଘଣ୍ଟିକା ସମୟରେ ଆସିକା ରୁ ଭୁବନେଶ୍ୱର ଯାଉଥିବା OD02J5810 ନମସ୍କାର୍ ନାମକ ଏକ ଯାତ୍ରୀବାହୀ ବସ୍ ୧୬ ନମ୍ବର ଜାତୀୟ ରାଜପଥ ର ଟାଙ୍ଗୀ ଥାନା ଅଧୀନସ୍ଥ କୋଚିଲା ଛକ ଠାରେ ଯାତ୍ରୀ ଉଠାଉଥିଲା l ଏହି ସମୟରେ ଅନ୍ୟ ଏକ ଯାତ୍ରୀବାହୀ ବାଲୁଙ୍କେଶ୍ୱର ବସ୍ OD02 CG 4199 ଦ୍ରୁତଗତିରେ ଆସି ଛିଡା ହୋଇଥିବା ବସ୍ କୁ ପଛ ରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏପରି ହୋଇଥିଲା ଯେ ଛିଡା ହୋଇଥିବା ବସ୍ କିଛିବାଟ ଗଡିଆସି OD 02CC 9886 ଏକ ହୋଣ୍ଡା ମୋଟରସାଇକେଲ ଏବଂ OD02BQ4767 ସ୍କୁଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। କିନ୍ତୁ ମୋଟରସାଇକେଲ ନିକଟରେ ଛିଡା ହୋଇଥିବା କୋଚିଲା ଗ୍ରାମର ପ୍ରଶାନ୍ତ ମହାକୁଡ ଓ ଜରିପୁଟୁ ଗ୍ରାମର ବିକାଶ ମଲ୍ଲିକ ଅଳ୍ପକେ ରକ୍ଷା ପାଇଯାଉଥିବା ଜଣା ପଡିଛି।

ଆସ୍କା ର ଭାଗବାନ ଜେନା, ବଡଗଡ ର ପ୍ରଶାନ୍ତ ଗଉଡ , ବଡଗଡ ର ଥାନା ଅଧୀନସ୍ଥ ସିନ୍ଧୁ ପଲ୍ଲୀ ର ଅର୍ଜୁନବିଶ୍ୱଇ , ବଡବଡ ର ଉଷା ପାତ୍ର, ନର୍ମଦା ଗଉଡ, ଜୋସ୍ନା ଗଉଡ, ଅଞ୍ଜୁ ବିଶୋଇ, କୁନ୍ଦନ ପାତ୍ର, ସବିତା ପାତ୍ର , ସନ୍ତୋଷ ଗଉଡ, ଯୁଧିଷ୍ଟିର ଖଣ୍ଡୁଆଳ, ନମିତା ବେହେରା, ସୁମନ ଗଉଡ ବବି ସ୍ଵାଇଁ ଙ୍କ ସମେତ ୨୫ ଜଣ ଆହତ ଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ଦ୍ଵାରା ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯିବ ପରେ ଗୁରୁତ୍ତର ୭ଜଣ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ରେ ଅଧିକାଂଶ ଯାତ୍ରୀ ଙ୍କର ମୁଣ୍ଡ,ହାତ ନାକ, ଗୋଡ ଏବଂ ମୁହଁରେ ଆଘାତ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ୍ ହାଇଡ୍ରା ସହାୟତା ରେ ବାହାର କରି କୁହୁଡ଼ି ଫାଣ୍ଡି ପରିସରକୁ ନେଇଯାଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ଦୁଇ ମୋଟରସାଇକେଲ କ୍ଷତି ପୂରଣ ଦାବି ରେ ପୋଲିସ୍ ଉତ୍ୟକ୍ତ ଜନତା ମୁହାଁମୁହିଁ ପରେ ପୋଲିସ ଚତୁରତା ର ସହିତ ବୁଝାସୁଝା କରି କୁହୁଡ଼ି ଫାଣ୍ଡି ପରିସରକୁ ନେଇଥିବା ଜଣାପଡ଼ିଛି l

ମୋ ଟିଭି ଓଡିଶା, ଟାଙ୍ଗୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।