ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର ଗଣପର୍ବ ନୂଆଁଖାଇ ବାଲିଗୁଡା ତଥା ଆଖପାଖ ଅଞ୍ଚଳ ଲଣ୍ଡାଗାଁରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଖାଇ ଭେଟଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ନିଜ ପରିବାର ର ବନ୍ଧୁ ବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି l ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ଇଷ୍ଟ ଦେବୀ ମନ୍ଦିରରେ ଏକାଠି ହୋଇଥିଲେ ଲୋକେ । ସ୍ନେହ, ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ଭାବେ ନୂଆ ଚାଉଳ, ନୂଆ ଚୁଡ଼ା ଓ ଫଳ ଭଳି ୯ ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଛି । ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ଖଲି ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି । ସନ୍ଧ୍ୟାରେ ପୁରପଲ୍ଲୀରେ ନୃତ୍ୟ ଗୀତର ଆସର ଜମିଛି । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।