ବ୍ରାଉନସୁଗାର ଚଢଉ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ଙ୍କୁ ଆକ୍ରମଣ କରି ଗାଡି ଚାବି ଛଡାଇବା ଏବଂ ଅଟକ ରଖିବା ଘଟଣା ରେ ମୁଖ୍ଯ ଅଭିଯୁକ୍ତ ମହିଳା ବ୍ରାଉନସୁଗାର ବେପାରୀ ମଲ୍ଲିକା ଏବଂ ଅନ୍ଯ ଜଣେ ସହଯୋଗୀ କୁ ଗିରଫ କରିଛି ପୋଲିସ l ପଶ୍ଚିମବଙ୍ଗ ର ଦାନ୍ତନ ଥାନା ଅଞ୍ଚଳରେ ବିଳମ୍ବିତ ରାତି ରେ ଚଢଉ କରି ଗିରଫ କରିଛି ପୋଲିସ l
ସୂଚନା ଅନୁଯାୟୀ ଗତ ଡିସେମ୍ବର 23 ତାରିଖ ରେ ବାଲେଶ୍ବର ଜିଲ୍ଲାକମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ଜବଦ ପାଂଇ ଚଢଉ କରିବା ବେଳେ ବ୍ରାଉନସୁଗାର ବେପାରୀ ମାନେ ସଙ୍ଘବଦ୍ଧ ହୋଇ ଅବକାରୀ ବିଭାଗ ର କର୍ମଚାରୀ ଙ୍କୁ ଆକ୍ରମଣ କରିବା ପରେ ଗାଡି ର ଚାବି ଛଡାଇ ନେଇ ଥିଲେ l ଏହି ଘଟଣା ରେ ପୂର୍ବରୁ ଗିରଫ ହୋଇ ଥିଲେ 10 ଜଣ ଅଭିଯୁକ୍ତ l ଅଭିଯୁକ୍ତ ମାନେ ଅବକାରୀ ବିଭାଗ ର ଗାଡି ର ଡ୍ରାଇଭର କୁ ଧକ୍କା ମାରିବା ସହ ଗାଡି ର ଚାବି ଛଡାଇ ନେଇ ଥିଲେ l କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦା ବଜାର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ଅଭିଯୋଗ ମୁଳେ ଚଡାଉ କରିଥିଲେ ଜଳେଶ୍ବର ଅବକାରୀ ବିଭାଗ ସେଟେ ଲାଇଟ ୟୁନିଟ ର ସ୍ବତନ୍ତ୍ର ଟିମ୍, ସେଟେ ଲାଇଟ ଟିମ୍ ବ୍ରାଉନ ସୁଗର ଜବଦ କରି ଜଣେ ମହିଳାଙ୍କୁ ଗିରଫ କରି ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ର ଗାଡି ଚାବି ଛଡାଇ ନେଇଥିଲେ ମହିଳାଙ୍କ ପରିବାର ଲୋକେ l ଗିରଫ ହୋଇଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମୁଲତାନି ମାଟିକୁ ବ୍ରାଉନ ସୁଗାର ଦର୍ଶାଇ ମହିଳାଙ୍କୁ ମିଛରେ ଗିରଫ କରା ଯାଇଛି l ତେବେ ଅଭିଯୁକ୍ତ ମାନେ ଗିରଫ ହେବା ପରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ସତ ମାନି ଥିଲେ l ତେବେ ମୁଖ୍ଯ ଅଭିଯୁକ୍ତ ଫେରାର ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୁଖ୍ଯ ଅଭିଯୁକ୍ତ ମଲ୍ଲିକା ସମେତ ଅନ୍ଯ ଜଣେ ସହଯୋଗୀ କୁ ଗିରଫ କରିଛି ପୋଲିସ l
ମୋ ଟିଭି ଓଡିଶା, ବାଲେଶ୍ୱର ( କମର୍ଦ୍ଦା )
More Stories
ସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ।
୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ।