ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲ ଅଂଚଳରେ ବେଆଇନ ମାଙ୍କଡା ପଥର ଚୋରାଚାଲାଣ ବେଧଡକ ଭାବରେ ଚାଲିଛି।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମିରେ ଖଣି କରି ବେଧଡକ ଭାବରେ ମାଙ୍କଡା ପଥର କାଟି ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଯାଗାକୁ ପଠାଇ ମାଲେମାଲ ହେଉଛନ୍ତି।
ଖଣି ଯୋଗୁଁ ପରିବେଶ ନଷ୍ଟ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ଲୁଟ ହେଉଛି। କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାଫିଆମାନେ ହାତଗୁଜାଂ ଦେଇ ସେମାନଙ୍କ ଖଣି ବେପାର କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବରେ ଏସ୍ପି ଭାବରେ ସାଗରିକା ନାଥ ଯୋଗଦେବା ପରେ ବେଆଇନ ଖଣି ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ନିରାକାରପୁର ଥାନା ପୋଲିସ ୧୬ନମ୍ବର ଜାତିୟ ରାଜପଥ ବଡପୋଖରୀଆ ଛକ ନିକଟରେ ଚଢ଼ାଉ କରି ଦୁଇଟି ମାଙ୍କଡା ପଥର ବୋଝେଇ ଗାଡି ଜବତ କରି ଦୁଇ ଡ୍ରାଇଭର କୁ ଗିରଫ କରିଛି। ଗିରଫ ଦୁଇଜଣ ଡ୍ରାଇଭର ହେଲେ ଟାଗିଂ ଥାନା ଦିକ୍ଷିତପଡା ଗ୍ରାମର ଏସ କେ ସାହାଜାନ ଓ ଆଫ୍ରିଦ ଖାନ। ଆଗାମୀ ଦିନରେ ଚଢ଼ାଉ ଜୋରଦାର ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।