February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୁଣ୍ଡା ଗାଡି ରେ ଗଞ୍ଜେଇ ବେଳେ ଚାଲାଣ ମାଡି ବସିଲା ପୋଲିସ।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୦/୦୯


କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ଅମାଠ ରୁ ମଦନ ପୁର ରାମପୁର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ବନ୍ଧପଡ଼ା ନିକଟରେ କେସିଙ୍ଗା ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ସମୟରେ ଏମ ରାମପୁର ପଟରୁ ଅମାଠ ପଟକୁ ଆସୁଥିବା OD 03 A 5585 ନମ୍ୱର୍ ବିଶିଷ୍ଟ ପିକଅପ୍ ଗାଡ଼ିଟି ପୋଲିସ ଯାଞ୍ଚ ଦେଖି ଟିକେ ଦୂରରେ ଛିଡା ହୋଇଥିଲା ।

ପୋଲିସ କୁ ସନ୍ଦେହ ହେବାରୁ ଯାଞ୍ଚ କରୁଥିବା ପୋଲିସ ଗାଡ଼ି ପାଖକୁ ଯିବା ସମୟ ରେ ଉକ୍ତ ଗାଡ଼ିର ଡ୍ରାଇଭର ଓ ସହଯୋଗୀ ଗାଡି ଟିକୁ ଛାଡ଼ି ଫେରାର ହୋଇ ଯାଇଥିଲେ l ସୂଚନା  ଗାଡ଼ିଟି ବଲାଙ୍ଗୀର ନମ୍ୱର୍ ପଞ୍ଜୀକୃତ ଥିବା ବେଳେ ଗାଡ଼ିଟି ଗତ ଜାନୁଆରୀ ମାସରେ ପଞ୍ଜୀକୃତ ହୋଇଥିବା ସୂଚନା ରହିଛି । ଏହି କୁଣ୍ଡା ବୋଝେଇ ପିକ ଅପ ଗାଡି କୁ ଯାଞ୍ଚ କରିବାରୁ ଗାଡି ରେ ଗଞ୍ଜେଇ ଚାଲାଣ ଜବତ କରାଯାଇଛି।

ଜବତ ଗଞ୍ଜେଇ ଆନୁମାନିକ ୩.୭୫ କୁଇଣ୍ଟାଲ ହୋଇଥିବା ସୂଚନା । ପୋଲିସ କୁ ଚକମା ଦେବାକୁ ଜବତ ହୋଇଥିବା ଗାଡ଼ିର ସାମ୍ନା ପଟେ କୁଣ୍ଡା ଓ ଧାନ ବସ୍ତା ଲୋଡ୍ କରି ପଛପଟେ ଗଞ୍ଜେଇ ରଖି ଅତି ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ, ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।