ଗରିବ ବାସହରାଙ୍କୁ ଆବାସ ମିଳୁନି l ରାଷ୍ଟ୍ରପତିଙ୍କ ଠାରେ ଅଭିଯୋଗ ଆଣିଛନ୍ତି ବାସହରା l
ଆଗରପଡ଼ା,ତା୮/୯: ଗ୍ରାମାଚଂଳରେ ବସବାସ କରୁଥିବା ଗରିବ ବାସହରା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ପକ୍କାଗୃହ ଯୋଗାଣ କରାଯିବାର ବିଧିବଦ୍ଧ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବନ୍ତ ବ୍ଲକ ଅଧିନସ୍ଥ ଛୟାଳସିଂହ ପଂଚାୟତର ମଙ୍ଗୁଲି ଗ୍ରାମର ସରୋଜିନୀ ଦାଶ ଙ୍କ ପରିବାର ପାଇଁ ଏହା ଅପହଂଚ ପାଲଟିଛି । ଦୀର୍ଘ ବର୍ଷ ହେବ ଏକ ଚାଳ ଛପର ଗୃହରେ ସପରିବାର ବାସ କରି ନାନା କଷ୍ଟରେ କାଳ କାଟୁଛନ୍ତି । ଅଦିନିଆ ବର୍ଷା ଓ ପବନରେ ଗୃହର କାନ୍ଥ ଭାଙ୍ଗିବାରେ ଲାଗିଛି । ତାହା ମଧ୍ୟ ଏବେ ନଷ୍ଟ ହେବାକୁ ବସିଛି ।
ତାଙ୍କ ପରିବାର ଦରିଦ୍ର ଶ୍ରେଣୀର ଥିବାରୁ ପକ୍କା ଘରଟିଏ କରିବା ତାଙ୍କ ପାଇଁ କଷ୍ଟକର ବ୍ୟପାର । ସୂଚନା ଅନୁଯାୟୀ;ସରକାରୀ ଆବାସଟିଏ ପାଇଁ ଗତ ପ୍ରାୟ ୩ବର୍ଷ ହେବ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ କିଛି ସୁଫଳ ନପାଇ ପାରିବାରୁ ବାଧ୍ୟ ହୋଇ ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ପତ୍ର ମାଧ୍ୟମରେ ଗୁହାରୀ କରିଥିବା ଜଣାପଡ଼ିଛି । ସେହିପରି ଉକ୍ତ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମଧ୍ୟ ଆବାସଟିଏ ପାଇଁ ଗୁହାରୀ କରି କୌଣସି ସୁଫଳ ନ ପାଇବାରୁ ଶେଷରେ ରାଷ୍ଟ୍ରପତିଙ୍କୁ ଗୁହାରୀ କରିଥିବା ଜଣାପଡ଼ିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।