January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟାର ପୋଷ୍ଟ ମର୍ଟମ ରିପୋର୍ଟ ।

ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟାର ପୋଷ୍ଟ ମର୍ଟମ ରିପୋର୍ଟ । ଯାହା ଅତ୍ୟନ୍ତ ହୃଦୟ ବିଦାରକ । ନୃଶଂସତାର ଚରମସୀମାରେ ପହଞ୍ଚିଛନ୍ତି ହତ୍ୟାକାରୀ । କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ଦ୍ୱାରା ମୁକେଶ ଚନ୍ଦ୍ରକରଙ୍କୁ ହତ୍ୟା କରାଯାଇ ଏକ ସେପ୍ଟିକ ଟାଙ୍କିରେ କବର ଦିଆଯାଇଥିଲା। ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଲିଭରକୁ ଚାରି ଖଣ୍ଡ କରାଯାଇଥିଲା । ମୁଣ୍ଡରେ ୧୫ ଆଘାତ ଥିବା ବେଳେ ଦେହରେ ରହିଛି ୫ଟି କ୍ଷତ । ଏଥିସହ ହୃଦୟରେ ମଧ୍ୟ ଫାଟ ଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ।

ଏହି ସମୟରେ ସାମ୍ବାଦିକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକରଙ୍କୁ ହାଇଦ୍ରାବାଦରୁ ଏସଆଇଟି ଗିରଫ କରିଥିଲା। ସୋମବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ପରେ ଅଭିଯୁକ୍ତ ସୁରେଶ ଚନ୍ଦ୍ରକର ପଳାଉଥିବାର ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରି ସୁରେଶଙ୍କୁ ହାଇଦ୍ରାବାଦରୁ ରବିବାର ବିଳମ୍ବିତ ରାତିରେ ଅଟକ ରଖିଛି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।