ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହ । ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି । ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଯାପନୀ ସମାରୋହରେ ଯୋଗଦେେଇ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।ସମ୍ମିଳନୀ ମାଧ୍ୟମରେ ବିଶ୍ୱବାସୀ ଓଡ଼ିଶା ସମ୍ପର୍କରେ ଜାଣିବାକୁ ପାଇଥିବା କହିଥିଲେ।

ସର୍ବଦା ଓଡ଼ିଶାବାସୀ ପ୍ରବାସୀଙ୍କୁ ସ୍ବାଗତ କରିବ ବୋଲି ସେ କହିଥିଲେ। ଆଶା କରୁଛି ପ୍ରବାସୀୟ ଓଡ଼ିଆ କଳା, ସଂସ୍କୃତି, ପର୍ଯ୍ୟଟନର ପ୍ରଚାର କରିବେ। ଏପରିକି ଆୟୋଜନ ଅଧିକାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରବାସୀ ଭାରତୀୟ ସମ୍ମିଳନ ଆୟୋଜନ ଦ୍ୱାରା ଓଡ଼ିଆ ଅସ୍ମିତା ଉଚ୍ଚକୋଟୀର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।