ମୋ ଟିଭି ଓଡିଶା / ଭୁବନେଶ୍ୱର : ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନବହନ୍ଦରରେ ଆସି ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ସେଠାରୁ ସିଧା ରାଜଭବନ ଅଭିମୁଖେ ବାହାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କରିବେ । ସେହିପରି ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ 4ଦିନିଆ ଗସ୍ତର କାର୍ଯ୍ୟସୂଚୀ ଉପରେ:
- ଆଜି ରାଜଭବନରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ସାମିଲ ହେବେ ରାଷ୍ଟ୍ରପତି ।
- ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ।
- ୮ ତାରିଖ ପ୍ରତ୍ୟୁଷରେ ରାଷ୍ଟ୍ରପତି ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ କରିବେ ।
- ସେହିଦିନ ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ ।
- ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।
- ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ହରିଡାମଡ଼ା ଡିଭାଇନ ରିଟ୍ରିଟ ସେଣ୍ଟର ବା ‘ଡିଆରସି’ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
- ୯ ତାରିଖ ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ ।
- ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରିରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର। ଆସନ୍ତା ୮ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖଣ୍ଡଗିରି ଓ ଉଦୟଗିରି ବୁଲିବା ନେଇ ଲାଗିଛି କଟକଣା। ଏନେଇ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜାରି ହେବ ସମୟସୀମା। ପୋଲିସ କମିଶନର ଘଟଣା ସ୍ଥଳ ପରିଦର୍ଶନ ସହ ସୁରକ୍ଷା ତର୍ଜମା କରିଛନ୍ତି । ”ବ୍ଲୁ ବୁକ୍ ସୁରକ୍ଷା ଢାଞ୍ଚାରେ ବନ୍ଦୋବସ୍ତ କରାଯାଉଛି। 8 ତାରିଖ ସକାଳ ଠାରୁ ଅପରାହ୍ନ 2ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିରି ଠାରେ ସର୍ବସାଧାରଣ ବାରଣ ନେଇ କଟକଣା ଜାରି ରହିବ।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୋଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଏନେଇ ସେହି ସମୟରେ କୌଣସି ଡ୍ରୋନ ବା ଅନ୍ୟ କୌଣସି ବେଲୁନ ଉଡାଇ ପାରିବେ ନାହିଁ। ଏୟାରପୋର୍ଟ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେଭଳି କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ମଧ୍ୟ ଯାଞ୍ଚ ଜାରି ରହିବା ନେଇ କହିଛନ୍ତି କମିଶନର ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।