ମୋଟିଭି ଓଡିଶା : (ଭୁବନେଶ୍ୱର ) : ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସନ୍ଧ୍ୟା ୭ଟା ରେ ଭୁବନେଶ୍ୱରରେ ପହଂଚି ବିମାନବନ୍ଦରରୁ ସିଧାସଳଖ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ l ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକ କରିବେ l ଏହା ପରେ ରାଜଭବନରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ l
ସୋମବାର ସକାଳେ ମହାପ୍ରଭୂଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ କରିବେ ମୋଦୀ। ତାପରେ ଅନୁଗୁଳଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢେ ୧୧ଟାରେ ଜନ ସମାବେଶ କରିବେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ସୁରକ୍ଷା ଦାୟିତ୍ଵରେ ୪ ଉପାୟୁକ୍ତ, ୧୮ ଏସିପି, ୪୦ ଆଇଆଇସି, ୧୫୦ ବରିଷ୍ଠ ପୁଳିସ୍ ଅଧିକାରୀ , ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ସେପଟେ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରେଢାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?