January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ

ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ । ସକାଳ ୯ଟା ୧୫ରେ କୁଏତ ଅଭିମୁଖେ ବାହାରିଛନ୍ତି । ସ୍ଥାନୀୟ ସମୟ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀଙ୍କ ସେଠାରେ ଅବତରଣ କରିବ । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୨ଟା ୫୦ ସମୟରେ ଏକ ସ୍ଥାନୀୟ ଶ୍ରମ ଶିବିର ପରିଦର୍ଶନ କରିବେ । ଏହା ପରେ ଶେଖ ସାଦ ଅଲ ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯିବେ। ଯେଉଁଠାରେ ସେ ୪୦୦୦ରୁ ୫୦୦୦ ପ୍ରବାସୀ ଭାରତୀୟ ଲୋକଙ୍କୁ ସମ୍ବୋଧିତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ଫ କପ୍ ଫୁଟବଲର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକ ସରକାରୀ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଥିରେ ସେ କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହ ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ।
୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଛନ୍ତି । ଶେଷ ଥର ପାଇଁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ୍‌ ଗସ୍ତରେ ଯାଇଥିଲେ । କୁଏତର ଆମିର ଶେଖ୍‌ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ଦୁଇ ଦିନିଆ ଗସ୍ତରେ ସେଠାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏବଂ ଅନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ।

ମୋ ଟିଭି ଓଡିଶା : ନୂଆଦିଲ୍ଲୀ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।