ମୋ ଟିଭି ଓଡିଶା / ପୁରୀ :
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦୀର୍ଘ ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ରାଜ୍ୟ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଆସନ୍ତାକାଲି (୧୪ ତାରିଖ) ବହୁପ୍ରତୀକ୍ଷିତ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି । କେମିତି ରତ୍ନଭଣ୍ଡାର ଖୋଲାଯିବ ? ଭିତରେ କିଏ କିଏ ପଶିବେ ? କ’ଣ ସବୁ ବ୍ୟବସ୍ଥା ହେବ ? ସାପ ଭୟ ଥିବାରୁ ସ୍ନେକ ହେଲ୍ପଲାଇନ ଓ ଡାକ୍ତର ଉପସ୍ଥିତ ରହିବେ କି ? ଆଜି ଏସଓପି ଆସିବା ପରେ ଏସବୁ ସ୍ପଷ୍ଟ ହେବ । ୧୪ରେ ରତ୍ନଭଣ୍ଡାର ଖୋଲିବ ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରି ସାରିଛି । ଏବେ କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଖୋଲାଯିବ ବୋଲି କହିଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଅରବିନ୍ଦ ପାଢୀ କହିଛନ୍ତି ଯେ, ଜଷ୍ଟିସ ବିଶ୍ଵନାଥ ରଥ କମିଟି ରତ୍ନ ଭଣ୍ଡାର ଖୋଲାବା ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଉପରେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଓ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ସବୁ କାର୍ଯ୍ୟ ହେବ । ରତ୍ନଭଣ୍ଡାର ଖୋଲାଯିବ ସମୟରେ ମହାପ୍ରଭୁଙ୍କ ନୀତି ଯେଭଳି ପ୍ରଭାବିତ ନ ହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସର୍ବାଧିକ ଗୁରୁତ୍ଵ ଦେବ ।
ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ରହିଛି । ପ୍ରଭୁ ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରର ରକ୍ଷକ । ଏଣୁ ସେଠାରୁ ରତ୍ନ ଅଳଙ୍କାର ନେବା ଏତେ ସହଜ ନୁହେଁ । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଜଣେ ଦକ୍ଷ ପ୍ରଶାସକ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ରହି ଅନେକ କାର୍ଯ୍ୟ କରିଛନ୍ତି । ରତ୍ନ ଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର କାର୍ଯ୍ୟ ତାଙ୍କ କାର୍ଯ୍ୟକାଳ ସମୟରେ ଠିକରେ ହୋଇପାରିବ ବୋଲି ବରିଷ୍ଠ ସେବାୟତ ଆଶା ପ୍ରକାଶ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ପ୍ରଭୁ ଲୋକନାଥଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ସମସ୍ତେ ନିରାମିଷ ଖାଦ୍ୟ ଆହାର କରିବା ସହ ଧୋତି ବସ୍ତ୍ର ପରିଧାନ କରିବେ ବୋଲି ଜଣାପଡିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।