କଳାହାଣ୍ଡି: ୨୧/୧୨
ରିପୋର୍ଟ—ସନତ ପ୍ରଧାନୀ
ସବୁବେଳେ ଜନ ସେବା ପାଇଁ ଚର୍ଚ୍ଚା ରେ ରହି ଆସୁଥିବା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆଜି ନିଜ ଗନ୍ତବ୍ୟ ପଥ ରେ ଯାଉଥିବା ବେଳେ ଜାତୀୟ ରାଜପଥ ରେ ଦୁର୍ଘଟଣାରେ ଗୁରୁତର ଜଣେ ଯୁବକ ଙ୍କୁ ଉଦ୍ଧାର କରି ନିଜ ଗାଡି ରେ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଡାକ୍ତର ଙ୍କୁ କହି ଉପଯୁକ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲେ।

ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଯୁବକ ଜଣକ ସ୍ଥାନୀୟ ବଙ୍ଗୋମୁଣ୍ଡା କଲୋନୀ ପଡା ର ରାଜୁ ନାଏକ ବୋଳି ଜଣାପଡିଛି। ତାକୁ ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଅଜଣା କାର ଧକ୍କା ଦେଇ ଫେରାର ହୋଇଥିଲା। ସେହି ସମୟରେ ବ୍ଲକ ଉପାଧ୍ୟକ୍ଷ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବକ କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ତେବେ ଦୁର୍ଘଟଣାରେ ଯୁବକ ଙ୍କ ଗୋଡ଼ ଭାଙ୍ଗି ଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।