January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜିଠୁ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ

ଆଜିଠୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦୁଇ ତିନି ଦିନ ଭିତରେ ଭାରା ବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ।

ଏହାପରେ ଆବଶ୍ୟକ ମରାମତି କରାଯିବ। ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍‌ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ତଥା ASI ଲକ୍ଷ୍ୟ ରଖିଛି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ମରାମତି କାମ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ଦିନ ଗୋଟାଏରୁ ମରାମତି କାମ ଆରମ୍ଭ ହେବ। ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ। ତେଣୁ ମରାମତି କାମ ଯୋଗୁଁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ରହିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।


ସେପଟେ ରତ୍ନଭଣ୍ଡାର ମରାମତି କାମକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏଏସଆଇ ତା କାମ ଆରମ୍ଭ କରିଛି। ରତ୍ନଭଣ୍ଡାରର କାନ୍ଥ ବିମ୍‌ ସମସ୍ୟା ଦେଖିବେ। କିନ୍ତୁ ଏଏସଆଇ କାମ ଭିତରେ ଦର୍ଶନ ବାଧାପ୍ରାପ୍ତ ହେବନି। ୩ ମାସ ଭିତରେ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି। କିନ୍ତୁ ତା ପୂର୍ବରୁ ସାରିବାକୁ ଚେଷ୍ଟା ଚାଲିଛି। ମରାମତି କାମ ସରିବା ପରେ ଗଣତି ମଣତି ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

ମୋ ଟିଭି ଓଡିଶା, ପୁରୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।