ସାମ୍ନାକୁ ଆସିଲା ପୂର୍ବତନ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁର ସତ । ଯାନ୍ତ୍ରୀକ ନୁହେଁ, ମନୁଷ୍ୟକୃତ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ୨୦୨୧ ଡିସେମ୍ବର ୮ରେ ଜେନେରାଲ ବିପିନ ରାୱତଙ୍କର ମୃତୁ୍ୟ ହୋଇଥିଲା । ତାମିଲନାଡୁର କୁନୁର ନିକଟରେ ବିପିନ ରାୱତଙ୍କ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ । ରିପୋର୍ଟ ଅନୁସାରେ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଅନୁସନ୍ଧାନ କମିଟିଗୁଡିକର ରିପୋର୍ଟ ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଉଦ୍ଦେଶ୍ୟରେ କରାଯାଇଥାଏ। ବାୟୁସେନା ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ବେଳେ ବାୟୁସେନା ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିକାର ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବା ବାଧ୍ୟତାମୂଳକ ଅଟେ। ମାତ୍ର ଦୁର୍ଘଟଣା ପରେ ପରେ ହୋଇଥିବା ତଦନ୍ତ ରିପୋର୍ଟରେ ସିଡିଏସ୍ଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଥିଲା। ସେତେବେଳେ ପ୍ରକାଶିତ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
ବ୍ୟୁରୋ ରିପୋର୍ଟ, ମୋ ଟିଭି ଓଡିଶା
More Stories
ଗିରଫ ହୋଇପାରନ୍ତି ହସିନା ।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ ।
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।