February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଦୁଅ ପଚପଚ ଚାପୁଂଡ଼ିଆ ସାହି ରାସ୍ତା


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୬/୮

ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ସ୍ଥିତ ବିସଲକଣା ଗାଁ ଅର୍ନ୍ତଗତ ଚାପୁଂଡ଼ିଆ ସାହି ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏଠାରେ ପାଖାପାଖି ଶହେ ଲୋକ ବସବାସ କରନ୍ତି । ସେଥିରୁ ୬୮ ଜଣ ଭୋଟର ଅଟନ୍ତି । ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ,କଲେଜ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାକୁ ଏହି ରାସ୍ତା ଟି ସଂଯୋଗ କରୁଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରିନଥାଏ । ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁ ନାହିଁ । ରାସ୍ତା ସାରା କାଦୁଅ ପଚପଚ । ଏପରି ଅବସ୍ଥାରେ ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ନୁହେଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂ୍‌କ୍ରିଟ ରାସ୍ତା ହେଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ବିସଲକଣା ଗାଁ କୁ କଂକ୍ରିଟ ରାସ୍ତା ସାତସପନ ପାଲଟିଛି । ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।