ସୋର : ୦୨/୧୨/୨୪
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ବଜାରରେ ଏକ ସୁନା ଦୋକାନୀଙ୍କ ଠାରୁ ଲୁଟ l
ଦୋକାନୀ ଜଣକ ହେଉଛନ୍ତି ସାନଜୟପୁର ଗାଁର ଗଣେଷ ସାହୁ l ସେ ଡୁଙ୍ଗୁରା ବଜାରରେ ୭ ବର୍ଷ ହେବ ଦୋକାନ କରିଛନ୍ତି l ତେବେ ତାଙ୍କର ଏକ ବିବାହ ପାଇଁ ୪ ଦିନ ହେବ ତାଙ୍କ ଦୋକାନ ବନ୍ଦ ଥିବା ବେଳେ ଆଜି ଦୋକାନ ଖୋଲିବାକୁ ଆସିଥିଲେ l ସଟର ଖୋଲିବା ସମୟରେ ହାତରେ ଥିବା ବ୍ୟାଗଟିକୁ ପାଖରେ ଥିବା ଷ୍ଟୋଲ ଉପରେ ରଖିଥିଲେ l କିନ୍ତୁ ୨ ଜଣ ଚୋର କୌଶଳକ୍ରମେ ବ୍ୟାଗ ଟିକୁ ନେଇ ଏକ ଆପାଚି ଗାଡିରେ ଫେରାର ହୋଇଯାଇଛନ୍ତି l
ତେବେ ପାଖରେ ଥିବା ଦୋକାନୀ ଗୋଡ଼ାଇଥିଲେ ମଧ୍ୟ ପାଇପାରିନଥିଲେ l ତେବେ ଦୋକାନୀଙ୍କ ବ୍ୟାଗରେ ସୁନା, ରୁପା ମିଶି ପାଖାପାଖି ଦେଢ଼ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।